ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବାଜିଲା ବିଗୁଲ

ବ୍ୟୁରୋ : ରାଜ୍ୟରେ ଖାଲି ପଡିଥିବା ବିଧାୟକ ସିଟ ପାଇଁ ମେ ୩୧ରେ ହେବ ନିର୍ବାଚନ । ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମେ ଚାରି ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ମେ ୧୧ରେ ନାମାଙ୍କନ ଦାଖଲ ହେବ । ୧୨ରେ ନାମାଙ୍କନ ଯାଞ୍ଚ ହେବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇ ପାରିବ ନାମାଙ୍କନ । ମେ ୩୧ ତାରିଖରେ ଭୋଟ ଗ୍ରହଣ କରାଯାଇ ଜୁନ ୩ ତାରିଖରେ ଭୋଟ ଗଣା ଯିବା ସହିତ ଫଳାଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ବିଧାୟକ ୰ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନଟି ଖାଲି ପଡିଥିଲା । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେ ବିଷୟରେ ଚର୍ଚ୍ଚା ଜୋର ଧରିଛି ।