ଚିଲିକା ଉପରେ ହେଲିକପ୍ଟର ଉଡାଇବ ନେଇ ବିବାଦରେ ପଡିଲେ ବୈଜୟନ୍ତ

( ଆଦର୍ଶ ରାଉତ) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଇବା ବିବାଦ ଘନେଇବାରେ ଲାଗିଛି । ଏନେଇ ଆଜି ଏୟାରପୋର୍ଟ ନିର୍ଦ୍ଦେଶକ ସୁରେଶ ହୋତାଙ୍କ କହିବାଅନୁଯାୟୀ ୧୫ ତାରିଖ ଦିନ ଗୋଟିଏ ହେଲିକପ୍ଟର ଚିଲିକା ଆଡକୁ ଯାଇଥିଲା । ଏୟାରପୋର୍ଟ ଅଧିକାରୀଙ୍କଠାରୁ ସମୂର୍ଣ୍ଣ ଅନୁମତି ନେଇଥିଲା । ଭୁବନେଶ୍ୱର- ରାଜହଂସ , ପୁରୀ-କୋଣାର୍କ – ଭାରତପୁର , ଭରତପୁର- ଜଗନ୍ନାଥପୁର ଦେଇ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିଥିଲା । ଚିଲିକା ଯିବା ପାଇଁ ସେମିତି କିଛି ଆବେଦନ ହୋଇନଥିଲା ବୋଲି କହିଛନ୍ତି ଶ୍ରୀ ହୋତା । ହେଲିକପ୍ଟରରେ ଜଣେ ପାଇଲଟ ଆଉ ଦୁଇଜଣ ଯାତ୍ରୀ ଥିଲେ । ହେଲିକପ୍ଟରକୁ ସିଜ କରାଯାଇଛି । ଏହି ବିଷୟରେ ଡିଜିସିଏ ତଦନ୍ତ କରିବ ଏବଂ ଦରକାର ପଡିଲେ ଡିଜିସିଏ ଲାଇନେସ ରଦ୍ଦ କରିବ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ ।