ବାଇଗଣ ପୋସ୍ତ ମସଲା

(ଅନୁସ୍ୱୟା): ସମସ୍ତେ ବାଇଗଣ ଡାଲମା କି ତରକାରୀ କରନ୍ତି । କିନ୍ତୁ ଆଜି ବାଇଗଣ ପୋସ୍ତ ମସଲା ପ୍ରସ୍ତୁତ କରିବା ।ଆସନ୍ତୁ ପ୍ରସ୍ତୁତ କରିବା-
ଆବଶ୍ୟକ ସାମଗ୍ରୀ- ବାଇଗଣ, ହଳଦୀ ଗୁଣ୍ଡ, ଲୁଣ, ଟମାଟୋ ପ୍ୟୁରି, କଟା ପିଆଜ, ଅଦା, ରସୁଣ ,ଗରମ ମସଲା, ବଟା ପୋସ୍ତ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ବାଇଗଣକୁ ଚାରି ଖଣ୍ଡ କରି କାଟନ୍ତୁ। ସେଥିରେ ଲୁଣ ଓ ହଳଦୀ ମିଶାନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଅଳ୍ପ ଆଞ୍ଚରେ ଛାଣି ଦିଅନ୍ତୁ। ଏବେ କଡ଼େଇରେ କିଛି ତେଲ ଗରମ କରି ସେଥିରେ ଅଦା ରସୁଣ ପେଷ୍ଟ ପକାନ୍ତୁ। ସେଥିରେ ହଳଦୀ ପାଉଡର ଏବଂ ଲଙ୍କା ଗୁଣ୍ଡ ପକାଇ ଭଲ ଭାବ ଭାଜନ୍ତୁ। ଭାଜି ହେବା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାନ୍ତୁ। ଗରମ ମସଲା ପକାଇ ପାଞ୍ଚ ମିନିଟ୍ ଭାଜନ୍ତୁ।ବଟା ହୋଇଥିବା ପୋସ୍ତ ପକାଇ କିଛି ସମୟ ଫୁଟିବାକୁ ଦିଅନ୍ତୁ ।ସେଥିରେ କିଛି ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏବେ ଛଣା ହୋଇଥିବା ବାଇଗଣକୁ ପକାଇ ଗୋଳେଇ ଦିଅନ୍ତୁ। ସେଥିରେ କିଛି ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ମସଲା।