ବେଗୁନିଆ ବ୍ଲକ ବାଘମାରି ଥାନା ଲେଖନପୁର ଗ୍ରାମରୁ ପୁଣି ବାଣ ଜବତ କଲା ବାଘମାରି ପୋଲିସ୍। ପୂର୍ବରୁ ସେହି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ଜବତ କରିଥିଲା ବାଘମାରି ପୋଲିସ୍। ଆଜି ପୁଣି ଲେଖନପୁର ଗ୍ରାମରେ ବାଣ ପ୍ରସ୍ତୁତ ହେଉଥିବା ବେଳେ ସନ୍ଧ୍ୟାରେ ବାଘମାରି ପୋଲିସ ଚଢ଼ାଉ କରି କୁମ୍ପି ବାଣ ସହିତ ଅନ୍ୟାନ୍ୟ ପ୍ରାୟ 30 ହଜାର ଟଙ୍କାର ବାଣ ଜବତ କରି ଜଣକୁ ଥାନାରେ ଅଟକ ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।