ହରିଚନ୍ଦନପୁର (ପରେଶ କୁମାର ସେଠୀ):-ହଜିଗଲା ମାନବିକତା । ମରିଗଲା ମଣିଷ ପାଣିଆ । ପୁଣି ଆଲୋଡ଼ା ହେଲା ନବଜାତ ଶିଶୁ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମ ପଞ୍ଚାୟତ ଗୋପିନାଥପୁର ଗାଁ ନିକଟ ଅଶୋକ ଝରଣ ନାଳରୁ ଅଶହାୟ ଅବସ୍ଥାରେ ପଡିଥିବା ଏକ ଶିଶୁ ପୁତ୍ରକୁ ଉଦ୍ଧାର କରିଯାଇଛି । ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମର କିଛି ଲୋକ ଧାନ ଜଗି ପାହାନ୍ତିଆରେ ଘରକୁ ଫେରୁଥିବା ବେଳେ ନାଳ କୂଳରେ ଛୋଟ ଶିଶୁଟିଏ କାନ୍ଦୁଥିବା ଶବ୍ଦ ଶୁଣିଥିଲେ ,ପରେ ଘରକୁ ଆସି ରବିବାର ଦିନ ସକାଳୁ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ ସୂଚନା ଦେଇଥିଲେ।
ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନାଳ କୁଳରେ ପଡ଼ିଥିବା ଏକ ବ୍ୟାଗ୍ ଭିତରୁ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ଜଣାପଡିଛି । କେହି ଜନ୍ମ କରିବା ପରେ ନବଜାତ ଶିଶୁକୁ ବ୍ୟାଗ ଭିତରେ ଭର୍ତ୍ତି କରି ପଳାଇଥିବା ସନ୍ଦେହ କରାଯାଉଛି । ଶିଶୁଟି ସୁସ୍ଥ ଥିବା ବେଳେ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଆମ୍ବୁଲାନ୍ସ ଯୋଗେ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ.ଏନ.ସି.ୟୁ ରେ ସ୍ଵତନ୍ତ୍ର ନିରୀକ୍ଷଣରେ ଚିକିତ୍ସା ଚାଲିଥିବା ଜଣାପଡିଛି । ତେବେ ଏପରି ଘଟଣା ଶିଶୁଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।