ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାବନ ଜନ୍ମ ନୀତି : ୩ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

0

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ।
ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏଥିସକାଶେ ୩ ଘଣ୍ଟା ପାଇଁ ମନ୍ଦ ରହିବ ସାଧାରଣ ଦର୍ଶନ । ମଧ୍ୟାହ୍ନ ଧୂପ ସରିବା ପରେ ବାବନ ଜନ୍ମ ନୀତିକାନ୍ତି ଆରମ୍ଭ ହେବ।