ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲାକୁ ଦିନିକଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଶୋରନଗର ବ୍ଲକ ଜଏରାଟ ଗ୍ରାମରେ ‘ଜଏରାଟ୍ ତନ୍ତବାୟ ସମିତି’ ହସ୍ତଶିଳ୍ପୀର ବୁଣାକାରଙ୍କୁ ଭେଟିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ମାନର ହସ୍ତତନ୍ତ ସାମଗ୍ରୀ ଓ କଳାତ୍ମକ ଉତ୍ପାଦ ସାମଗ୍ରୀ ଗୁଡିକୁ କେନ୍ଦ୍ରମନ୍ତ୍ରୀ କିଣିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ସମଗ୍ର ଭାରତବର୍ଷକୁ ସ୍ୱାବଲମ୍ବୀ ହେବା ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର୍ ଲୋକାଲ୍’ ପାଇଁ ଆହ୍ୱାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳର ଗାନ୍ଧିମାର୍ଗ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରତ୍ୟକ୍ଷ ଭାବେ ବହୁମୁଖୀ ସମ୍ମିଳନୀ କକ୍ଷ ଓ ସଭାଗୃହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଭରଚୁଆଲ ମାଧ୍ୟମରେ ବୌଦ୍ଧ, ଜୟପୁର, ସମ୍ବଲପୁରର ଧନୁପାଲି , ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ଶ୍ରେଣୀ ଗୃହ ଓ ସମ୍ମିଳନୀ କକ୍ଷ ଉପକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ ଧର୍ମେନ୍ଦ୍ର । ରାଷ୍ଟ୍ରୀୟ ଶିକ୍ଷାନୀତିର ବିକାଶ ହେଉଛି ଶିକ୍ଷାର ଏକ ଅଙ୍ଗ । ଦେଶର ୩୪ ବର୍ଷ ପରେ ନୂଆ ଶିକ୍ଷା ନୀତିର ନୂତନ ଦିଶା ଦେଇଛି । ରାଷ୍ଟ୍ରୀୟ ଶିକ୍ଷାନୀତି କୁ ଶିଶୁ ବାଟୀକା ଅନୁସରଣ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ସମର୍ପଣ କରିଥିଲେ । ଅନୁଗୁଳ ସହର ବିଦ୍ୟାଞ୍ଜଳି କାର୍ୟ୍ୟକ୍ରମରେ ଆଗକୁ ଯାଉ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ । ଅନୁଗୁଳ ବିଇଡି କଲେଜର ସମାଧାନ ରାସ୍ତା ବାହାର କରିବା ପରେ କେନ୍ଦ୍ର ଶିକ୍ଷା ନୀତି ଆଧାରରେ ଅନୁଗୁଳ ବିଇଡି କଲେଜକୁ ଜାତୀୟ ସ୍ତରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।