ଗୋଆ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ଏଣୁ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି । ଏହାର କାରଣ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ଖବର ପରେ ଭାରତ ସୀମାରେ ପ୍ରବେଶ କରିବା ପୂର୍ବରୁ ବିମାନକୁ ଉଜ୍ଜିବେକିସ୍ତାନକୁ ଡାଇଭର୍ଟ କରାଯାଇଛି ।
ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଅଜୁର ଏୟାରଲାଇନ୍ସ ଗୋଆ ପାଇଁ ଉଡାଣ ଭରିଥିଲା। କିନ୍ତୁ ମଝି ଆକାଶରୁ ହିଁ ବିମାନର ସୁରକ୍ଷାକୁ ନେଇ ଆଲର୍ଟ ଜାରି କରାଯାଇଥିଲା । ଆଉ ବିମାନକୁ ଗୋଆ ବଦଳରେ ଉଜବେଗିସ୍ତାନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିମାନରେ ୨୩୮ ଜଣ ଯାତ୍ରୀ ଏବଂ ୭ ଜଣ କ୍ର୍ୟୁ ମେମ୍ବର ଥିଲେ ।
ବିମାନ ନଂ ୨୪୬୩ ଭାରତୀୟ ସମୟ ୪.୩୦ରେ ଦକ୍ଷିଣ ଗୋଆର ଡାବୋଲିମ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର ଥିଲା। କିନ୍ତୁ ରାତି ୧୨.୩୦ରେ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କୁ ଏହି ଇମେଲ ଆସିବା ପରେ ଉଜବେକିସ୍ତାନକୁ ବିମାନକୁ ଡାଇଭର୍ଟ କରାଯାଇଛି । ତେବେ ବିମାନକୁ ବୋମାରେ ଉଡାଇବା ଧମକ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି ।