ଆମ ପରିବାର ଓ ସୁନ ସୁନାଓ ମିଳିତ ଉଦ୍ୟମରେ ଆଜିମ ଶ୍ରାବଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର:- (ବିଶ୍ୱପ୍ରକାଶ ବେଜ୍) ଆମ ପରିବାର ଓ ସୁନ ସୁନାଓ ମିଳିତ ଉଦ୍ୟମରେ ଆଜିମ ଶ୍ରାବଣୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚବନା ଦାସ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରୟଣ ଜେନା, ଆମର ପରିବାରର ସଭାପତି ଜୟଶ୍ରୀ ଗୈାଡଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ସଂଗୀତ ବିଦାରକ ସ୍ୱଗର୍ତ ଲତା ମଙ୍ଗେସରଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା ।

ଏଥିସହିତ ବିଭିନ୍ନ କୁନି କଳାକାର ଓ ସଂଗୀତ ସଂଗଠନ ମାନେ ଏକ ମହତ୍ୱ ଉଦ୍ଦେଶ୍ୟ ନେଇ ଏହି କାଯ୍ୟକ୍ରମକୁ ପରିଚାଳିତ କରିଥିଲେ । ଏହାସହିତ ଅନେକ ସମାଜ ସେବୀ ଓ କଳା ସଂଗୀତ ପ୍ରେମୀ ବ୍ୟକ୍ତିବିଶେଷ ମାନେ ଆମ ପରିବାରର ଭଳି ଏକ ସଂଗଠନ ଗଢି ଓଡିଶାର ଅନେକ କୁନି ପ୍ରତିଭା ମାନଙ୍କୁ ଚୟନ କରିବା ସହିତ ସେମାନଙ୍କ ଇଚ୍ଛାଶକ୍ତି ଓ ମନୋବଳକୁ ବଢେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଯାହାକି ରଜ ପର୍ବ ଠାରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଛି ।

ଆଜି ଏହି ସଂନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପ ଭଳି ଏକ ବଡ ମଚଂରେ ଏହି କୁନି ପ୍ରତିଭା ସମ୍ମାନିତ କରିବା ସହିତ ସେମାନଙ୍କ କଳାକୁ ସମଗ୍ର ରାଜ୍ୟରେ ପହଚେଂବା ପାଇଁ ଚେଷ୍ଟା କରାଯାଇଛି । ଏବଂ ଆମ ପରିବାର ସହିତ ଅନେକ ନୂଆ ସଦସ୍ୟ ଯୋଡି ହେବା ସହିତ ଆମ ପରିବାର ଭଳି ସଂଗଠନକୁ କିଭଳି ଭାବରେ ଆଗକୁ ନେଇ ହେବ ,ସମଗ୍ର ରାଜ୍ୟବାସୀଙ୍କୁ ସହଯୋଗ ଲୋଡିଛନ୍ତି ଆମ ପରିବାରର ସଭାପତି ଶ୍ରୀମତୀ ଜୟଶ୍ରୀ ଗୈାଡ ।