ଏପ୍ରିଲ ୧୧ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ

ବ୍ୟୁରୋ-: ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।

ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍ କାର୍ଡର ଶୁଭାରମ୍ଭ ହେବାକୁ ଯାଉଛି । ଏଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ନଡ୍ଡା । ଏହାପରେ ଗତ ୧୧ ତାରିଖ ଦିନ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ ଥିବା ଆବଶ୍ୟକ । ଏହା ମାଧ୍ୟମରେ କାର୍ଡଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ । ABHA କାର୍ଡ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ABDM) ଅଧୀନରେ ପରିଚାଳିତ, ଯାହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ର ଏକ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ପଦକ୍ଷେପ ।