ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରାମଚନ୍ଦ୍ରପୁରରେ ଆୟୁଷ୍ମାନ ଭବଃ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ଼/ଜଗନ୍ନାଥ ଧରୁଆ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଆୟୁଷ୍ମାନ୍ ଭବଃ ଯୋଜନାରେ ରାମଚନ୍ଦ୍ରପୁର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଓଗାଁ ବ୍ଲକ କଳାକାର ସଂଘ, ଦେଓଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ‘”ସମ୍ବାଦ-ଆମ ଓଡ଼ିଶା”ର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି । କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଚିତ୍ତରଞ୍ଜନ ମିଶ୍ର , ସମ୍ମନିତ୍ ଅତିଥି ଭାବରେ ଡାକ୍ତର ଲଳିତ ସାହୁ ଓ ଦେଓଗାଁ ବ୍ଲକ କଳାକାର ସଂଘ ସଭାପତି ସୁଦାମ ବିଶି ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିର ରେ ମୋଟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଦେଓଗାଁ ବ୍ଲକ ପୂର୍ବତନ ବି.ଇ.ଓ ସଂକୀର୍ତନ ବାଗ,ବନ୍ଧପଡା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ଅସିତ ମିଶ୍ର ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରମେଶ ମହାକୁର,ଲ୍ୟାବ ଆସିଷ୍ଟାଣ୍ଟ ମନୋଜ ମେହେର,ସନ୍ତୋଷ ଚନ୍ଦନ,ଧ୍ରୁବ ବାଗ,ସୁଧାଂଶୁ ଶତପଥୀ ଓ ସ୍ବେଛାସେବୀ ଭାବରେ ସୁଶୀଲ ନନ୍ଦ,ଚନ୍ଦ୍ର ଶେଖର ବାଗ,ମନୋଜ ପଟେଲ,କରୁଣା ଭୁଏ,ଶଙ୍କରନାଥ୍ ସଲତର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।