ଗଞ୍ଜାମ /ରଜନୀକାନ୍ତ ପାତ୍ର: ରାଜ୍ୟରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କ କୋଠା ଘର ସ୍ୱପ୍ନକୁ ସାକାର କରିବା ପାଇଁ ଓଡିଶା ସରକାର ମୋ ଘର ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମୋ ଘର ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକରେ କୈାଣସି ପଚାଂୟତରେ କଚ୍ଚା ଘର ରହିବ ନାହିଁ, କୈାଣସି କାରଣ ବସତଃ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଯାଇଛନ୍ତି ଯାହାଫଳରେ ସେମାନେ କଚ୍ଚାଘରେ ରହି ସେମାନେ ପକ୍କା ଘର କରିପାରିନାହାନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରାଯିବ । ଏନେଇ ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଆସନ୍ତା ୧୬ ତାରିଖରୁ ଅନଲାଇନରେ ଆବେଦନ କରିବେ । ପ୍ରତି ପଚାଂୟତରେ ଏକ ଟିମ ଗଠନ ହେବ ଏଥିରେ ପଞ୍ଚାୟତ ପ୍ରତିନିଧି ପିଇଓ,ଜିଆରଏସ, ଏବିକେ ଓ ସ୍ୱୟଂ ସହାୟକ ସଦସ୍ୟକୁ ନେଇ ଗଠନ ହେବ । ଏହିମାନେ ସେମାନଙ୍କ ନିଜ ନିଜ ପଚାଂୟତରେ ପ୍ରତ୍ୟେକ ଘରକୁ ଘର ବୁଲିବେ । ଏହି ଯୋଜନାରେ ୪ପ୍ରକାରର ଋଣ ୧ ଲକ୍ଷ, ୧.୫ ଲକ୍ଷ, ୨ଲକ୍ଷ ଓ ୩ ଲକ୍ଷ ଟଙ୍କା ମାଧ୍ୟମରେ ନୂତନ ଗୃହର ନିର୍ମାଣ ,ସମ୍ପ୍ରସାରଣ,ସମ୍ପୂର୍ଣ୍ଣକରଣ ଓ ଉନ୍ନତିକରଣ । ଋଣ ଅର୍ଥ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡି ମିଳିବ । ଏସି,ଏସଟି ଓ ଭିନ୍ନକ୍ଷମ ପାଇଁ ଅତିରିକ୍ତ ସବସିଡି ରହିଛି । ଯେଉଁ ବ୍ୟକ୍ତିଙ୍କ ମାସିକ ୨୫ ହଜାର ଟଙ୍କା ଆୟରୁ କମ ହେଉଥିବ, କୈାଣସି ସରକାରୀ କର୍ମଚାରୀ ନଥିବେ,୫ ଏକର ଜଳସେଚିତ ଜମି କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଥିବ,କଚ୍ଚା ଘର କିମ୍ବା ଗୋଟିଏ ବଖରା ଛାତ ଉପରେ ରହୁଥିବା ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ପ୍ରଭାତ କୁମାର ପରିଡା ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ,ମିଶନ ଶକ୍ତି ସଦଶ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହୋଇଥିଲା।ଯେପରି ଆବେଦନ କାରି କୌଣସି ହଇରାଣ ନ ହୋଇ ଯୋଜନାରେ ଅଂଶୀଦାର ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ବିଡ଼ିଓ ଶ୍ରୀ ଜେନା ତାଗିଦ କରିଥିଲେ।