କୋରାପୁଟ/ସୁନ୍ଦର କୁମାର ପାଣି: ସାଇବର ସୁରକ୍ଷା ଅଭିଯାନ ମାଧ୍ୟମରେ ସଚେତନତା କରାଇବା ସହ ଠକାମୀରୁ କିପରି ଦୂରେଇ ରହିବା ସେ ନେଇ ସଚେତନତା କାର୍ଯ୍ୟକ୍ରମ ସହିତ ରଥ ର ଲୋକାର୍ପଣ l ଦେଶ ତଥା ରାଜ୍ୟ ରେ ସାଇବର ସମ୍ପର୍କିତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ, ଦେଶର ସବୁ ସ୍ଥାନରେ ସାଇବର କ୍ରାଇମ ମାମଲା ବଢ଼ିବାରେ ଲାଗିଛି। ସଚେତନତା ର ଅଭାବ ହେତୁ ଏହାର ଏକ ପ୍ରମୁଖ କାରଣ ହୋଇଥିବାରୁ ଏ ଦିଗ ରେ ସଚେତନତା ସୃଷ୍ଟି ପାଇଁ ପୋଲିସ ପକ୍ଷରୁ ସଚେତନତା କ୍ୟାମ୍ପେନ ଆରମ୍ଭ କରାଯାଇଛି l ଆଜି ପୋଲିସ ପଡିଆ ଠାରେ ସାଇବର ସୁରକ୍ଷା ଅଭିଯାନ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ,ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା,ସିଡିଓ ଶିବାଜୀ ଗୌରବ ଇସଲ୍ୱାର,କୋରାପୁଟ ଏସପି ଅଭିନବ ସୋନକର, ଜ଼ିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସମେତ ସୋସିଆଲ ମିଡ଼ିଆ ରେ ଥିବା ଆକ୍ଟିଭି ମେମ୍ବର ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ବିଭିନ୍ନ ପ୍ରକାରର ସାଇବର ଅପରାଧ କଣ ଓ ସାଧାରଣ ଜନତା କିପରି ସଚେତନ ରହିବେ ସେନେଇ ସଚେତନ କରାଯାଇଥିଲା lଆଜିଠାରୁ ସଚେତନତା ରଥ କୋରାପୁଟ ଜ଼ିଲ୍ଲାର 14 ଗୋଟି ବ୍ଲକ ରେ ବୁଲି ସାଇବର ଅପରାଧ ଓ ସେଥିରୁ ବର୍ତ୍ତିବାର ଉପାୟ ସମ୍ପର୍କ ରେ ସଚେତନତା ସୃଷ୍ଟି କରିବ। ଏହି ରଥ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ରଥ ବିଭିନ୍ନ ବ୍ଲକ ରେ ବୁଲିବା ସହିତ ସାଇବର ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେବ ଯେପରିକି କିପରି ସାଇବର ଅପରାଧ ରୁ ସୁରକ୍ଷିତ ରହିବା, କଠିନ ପାସ ୱାର୍ଡ ବ୍ୟବହାର କରିବା, ଅଫର ଯୁକ୍ତ ମେଲ ବା ମେସେଜ ଉତ୍ତର ନ ଦେବା, ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା, ସମୟ ବ୍ୟବଧାନ ରେ ପାସୱାର୍ଡ ବଦଳାଇବା, କୌଣସି ତଥା ଲିକ ହେବାର ସୂଚନା ଆସିଲେ ତୁରନ୍ତ ପାସୱାର୍ଡ ବଦଳାଇବା, ପିଲାଙ୍କୁ କିପରି ସାଇବର ଅପରାଧ ରୁ ସୁରକ୍ଷିତ ରଖିବା, ଆର୍ଥିକ କାରବାର ସମ୍ବଦ୍ଧରେ ସତର୍କ ରହିବା, ଅନେକ ଲାଇନ ସପିଙ୍ଗ ରେ ସତର୍କତା ଅବଲମ୍ବନ କରିବା, କେୱାଇସି ଆଧାର ପ୍ୟାନ ସମ୍ପର୍କିତ ଠକେଇ ଠାରୁ ଦୂରେଇ ରହିବା, ନିଯୁକ୍ତି ଦେବା ନାଁ ରେ ଅନଲାଇନ ରେ ପଇସା ମାଗିବା,ଲୋନ ପାଇବା ପାଇଁ କୌଣସି ଲୋନ ଆପ ବ୍ୟବହାର କରନ୍ତୁ ନାହିଁ l ବରଂ ନିକଟସ୍ଥ ବ୍ୟାଙ୍କ ସହିତ ସମ୍ପର୍କ କରି ଲୋନ ନେବା, ମାଟ୍ରିମୋନିଆଲ ବା ଉପହାର ରେ ଅନେକ ଠକେଇ ହେଉଛି l ଅଜଣା ନମ୍ବର ରୁ ଅନେକ କଲ ବା ଲିଙ୍କ ଏସଏମଏସ ମାଧ୍ୟମରେ ଆସୁଛି ସେଇ ସବୁଠାରୁ କିପରି ଦୂରେଇ ରହିବା, ଟାୱାର ବସାଇବା ନାଁରେ ଲୋକ ମାନଙ୍କୁ ଲୋଭ ଦେଖାଇ ଅନେକ ସମୟରେ ଟଙ୍କା ଆଦାୟ କରାଯାଉଛି l ଓଏଲଏକ୍ସ ରେ ଵିଜ୍ଞାପନ ଦେଇ ନିରୀହ ଗ୍ରାହକ ମାନଙ୍କୁ ଲୋଭ ଦେଖାଇ ଠକ ମାନେ ଚତୁରତା ସହକାରେ ଠକୁଛନ୍ତି l ଏହି ସବୁ ଠକାମୀ ଠାରୁ କିପରି ଦୂରେଇ ରହି ହେବ ସେ ନେଇ ନାଟକ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ଯଦି କୌଣସି ବ୍ୟକ୍ତି ଠକାମୀର ଶିକାର ହୁଅନ୍ତି ତେବେ ନିକଟସ୍ଥ ପୋଲିସ ଷ୍ଟେସନ ରେ ସଙ୍ଗେ ସଙ୍ଗେ ଜଣାଇବା ଆବଶ୍ୟକ ରହିଛି ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ପ୍ରକାଶ କରିଛନ୍ତି l