ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଉପକରଣ ଚିହ୍ନଟ ଶିବିର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାସର୍ବଶିକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ରୋଗ ନିରୂପଣ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ସେମାନଭ୍କର ସୁସ୍ଥ ଜୀବନ ଯାପନ ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ପରୀକ୍ଷା କରାଯିବ । ଆଙ୍କୋରାଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶିବିରରେ ଜାତୀୟ ସ୍ତର ଆଲିମୋକୋ ଭୁବନେଶ୍ୱରରୁ ଶଲ୍ୟ ବିଭାଗର ଡ଼ାକ୍ତର ନିବେଦିତା ପୃଷ୍ଟି, ଡ଼ାକ୍ତର ସୋନାଲି ମିଶ୍ର, ଡ଼ାକ୍ତର ସୌମ୍ୟରଞ୍ଜନ ପତିଙ୍କ ସହିତ ଶ୍ରବଣ ଓ ନାସା ନିରୀକ୍ଷକ କୋଶଲେସ ସାହୁ ପ୍ରାୟ ୬୦ଜଣ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା କରିଥିଲେ । ଏହାପରେ ସେମାନଙ୍କୁ କୁତ୍ରିମ ଅଙ୍ଗ ଟ୍ରାଇ ସାଇକଲ, ହ୍ୱିଲ ଚେୟାର ଓ ଶ୍ରବଣ ଯନ୍ତ୍ର ସମେତ ବିଭିନ୍ନ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିଲା ।
ଏଥିରେ ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଲାଚାନ୍ଦ ପଟ୍ଟନାୟକ, ସଭ୍ୟ ରାମ ଚନ୍ଦ୍ର ପ୍ରଧାନ, ସ୍ୱେଚ୍ଛାସେବୀ ଅରୁଣ କୁମାର ନାହାକ, ପୂର୍ବତନ ସଭାପତି ଯୋଗେନ୍ଦ୍ର ଖଡଙ୍ଗା ଏବଂ ହିଞ୍ଜିଳି ବ୍ଲକର ଈଜଞ ନାମିତା ସାମନ୍ତରାୟ ଓ ଝୁନା ମିଶ୍ରଙ୍କ ସମେତ ଓଠ ମହିନ୍ଦ୍ର ପୃଷ୍ଟି, ଈଜଞ ଶେରଗଡ଼ ମାଗତା ପଣ୍ଡା, ଭୋଲିଣ୍ଟର ନର୍ମଦା ଭୁଇଁଆ, ସୁଜାତା ସାହୁ, ଅଜୟ ସାହୁ ଏବଂ ବିଭୂତି ଭୂଷଣ ସେଠୀ ପ୍ରମୁଖ ପୁରୁଷୋତ୍ତମପୁର ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ପରିବହନ ଓ ଭୋଜନ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।