ବଳଦ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଅଟୋ

ପାଟଣା: କେନ୍ଦୁଝର ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଖଜୁରିଡିହା ନିକଟରେ ଘଟିଯାଇଛି ଏକ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସାହାରପଡା ଆଡୁ ଗୋଟିଏ ଅଟୋ ପାଟଣା ଅଭିମୁଖେ ଯାଉଥିବା ବେଳେ ହଠାତ ବଳଦଟିଏ ରାସ୍ତାକୁ ଚାଲି ଆସିଥିଲା । ଏହି ସମୟରେ ବଳଦକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡଥିଲା । ଫଳରେ ଅଟୋରେ ଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେତିମଧ୍ୟରୁ ୩ ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ଡାକ୍ତରଖାନାରୁ ସୂଚନା ମିଳିଛି ।