ପାର୍କକୁ ଆଣି ଭଣଜାର ଜୀବନ ନେଲା ମାଉସୀ

ଶୁକ୍ରବାର ଅପରାହ୍ନରେ ଉତ୍ତର-ପଶ୍ଚିମ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳର ଏକ ପାର୍କରେ ଜଣେ ମହିଳା ତାଙ୍କ ଏକ ବର୍ଷ ନଅ ମାସର ଭଣଜାକୁ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପିଲାଟି ତାଙ୍କ ମାଆଙ୍କ ସହିତ ତାଙ୍କ ଆଇ ଘରକୁ ଘରକୁ ଆସିଥିଲା। ପିଲାଟିକୁ ତାର ମାଉସୀ ମୁଖାର୍ଜୀ ନଗରର ଏକ ପାର୍କରେ ଖେଳିବାକୁ ନେଇ ଯାଇଥିଲେ । ଖେଳିବା ସମୟରେ ମହିଳା ପିଲାଟିକୁ ଆକ୍ରମଣ କରିଥିଲେ। ଯାହାାଫଳରେ ଘଟଣାସ୍ଥଳରେ ତାର ଜୀବନ ଚାଲିଯାଇଥିଲା । ଏହା ପରେ ମଧ୍ୟ ମହିଳା ଜଣଙ୍କ ସେ ପିଲା କୁ ଧରି ଖେଳିଥିଲା । ଅପରପକ୍ଷେ ଜଣେ ସ୍ଥାନୀୟ ବାସିନ୍ଦା ଏହି ଘଟଣା ଦେଖି ପିଲାଟିକୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ଅଧିକାରୀଙ୍କ ଅନୁଯାୟୀ ୩୦ ବର୍ଷୀୟ ମହିଳା। ଯିଏକି ମାନସିକ ରୋଗରେପୀଡିତ ବୋଲି ଜଣାପଡିଛି। ମୃତକଙ୍କୁ ପୁରୁଣା ସୀଲମପୁରର ବାସିନ୍ଦା ଭାବରେ ଚିହ୍ନଟ କରାଯାଇଛି। ପୋଲିସ କହିଛି ଯେ ଘଟଣା ସମ୍ପର୍କରେ ପିସିଆର୍ କଲ୍ ପିଲାଟିର ମାମୁଁ କରିଥିଲେ। ଯିଏ ରିପୋର୍ଟ କରିଥିଲେ ଯେ ଅଭିଯୁକ୍ତ ଘଟଣାସ୍ଥଳରୁ ଅଚେତ ଅବସ୍ଥାରେ ପାଇଥିଲେ। ସେ ଅବିବାହିତ। ତାଙ୍କୁ ବାବୁ ଜଗଜୀବନ ରାମ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ଏହି ମାମଲାରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ଏବଂ ଘଟଣାର କ୍ରମ ଏବଂ ଘଟଣା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି।