ଭଦ୍ରକ: ନିଜେ ପୋଛି ଦେଲା ସ୍ତ୍ରୀ ମଥାର ସିନ୍ଦୁର । ଘରୋଇ କଳିରୁ ହତ୍ୟାକାଣ୍ଡରେ ପହଞ୍ଚିଥିଲା ଘଟଣା । ଏମିତିକି ସ୍ତ୍ରୀ ପରେ ୮ ବର୍ଷର ପୁଅ ଉପରେ ପଡିଥିଲା ପିଶାଚ ବାପର ସଇତାନୀ ନଜର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପିରାହାଟ ଥାନା ଅନ୍ତର୍ଗତ ମହାକୁଡ ସାହିରେ ।
ସୂଚନା ଅନୁଯାୟୀ, ଗାଁର କହ୍ନେଇ ବେହେରା ଏବଂ ସ୍ତ୍ରୀ ରାଧାରାଣୀ ବେହେରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଉତ୍ୟକ୍ତ ସ୍ୱାମୀ ରାଧାରାଣୀଙ୍କୁ ହତ୍ୟା କରିଥିଲା । ଏହାପରେ ନିଜ ୮ ବର୍ଷର ପୁଅକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା ପିଶାଚ ବାପା । କିନ୍ତୁ ଚିତ୍କାର ଶୁଣି ଗାଁ ଲୋକେ ଦୌଡି ଆସିବାରୁ ପିଲାଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି । ଘରର କବାଟ ଭାଙ୍ଗି ନାବାଳକକୁ ଉଦ୍ଦାର କରିଥିଲେ ଗାଁ ଲୋକେ । ଏଥିସହ ଅଭିଯୁକ୍ତ କହ୍ନେଇକୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।