ପୁଣି ଏଫ୍ଏମ୍ କଲେଜରେ ଲଜ୍ଜା: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ବର: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ରେମୁଣା ଥାନାରେ ଅଭିଯୋଗ ପରେ ନୀଳଗିରି ଅଞ୍ଚଳର ଯୁବକ ଅଟକ ।

ସୂଚନା ଅନୁସାରେ, ଏଫଏମ କଲେଜରେ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି କଲେଜରୁ ସାମ୍ନାକୁ ଆସିଛି ଆଉ ଏକ ଘଟଣା । ଯାହା ପୁଣି ବାଲେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଫ୍ଏମ୍ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା କ୍ୱାର୍ଟରରେ ରୁହନ୍ତି ଆସିଷ୍ଟାଣ୍ଟ ପ୍ରଫେସର ଓ ତାଙ୍କ ସ୍ତ୍ରୀ । ଗତକାଲି ସମ୍ପୃକ୍ତ ଅଧ୍ୟାପକଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିବା ବେଳେ ଜଣେ ଦୁର୍ବୃତ୍ତ ଜବରଦସ୍ତି ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ପ୍ରଫେସରଙ୍କ ସ୍ତ୍ରୀ ଚିତ୍କାର କରିବା ସହ ସ୍ବାମୀଙ୍କୁ ଫୋନ କରି ଦେଇଥିଲେ । ଏହାପରେ କଲୋନୀ ଫାଟକ ପାଖରେ ଥିବା  ସିକୁରିଟି କୌଶଳ କ୍ରମେ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଅଭିଯୁକ୍ତ ଯୁବକର ଜଣଙ୍କ ହେଉଛନ୍ତି ବିଶ୍ବବିଦ୍ୟାଳୟ କ୍ୟାମ୍ପସଠାରୁ ଅଳ୍ପ ଦୂରରେ ଥିବା ମର୍ଦ୍ଦରାଜପୁର ଗାଁର ହରିହର ପାତ୍ର । ଅଭିଯୁକ୍ତ ଜଣଙ୍କ ପାଚେରୀ ଡେଇଁ କ୍ୟାମ୍ପସ୍ ଭିତରକୁ ପଶିଥିବା ନେଇ ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।