ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଘଟିଛି ଅଜବ ଘଟଣା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି ନିୟନ୍ତ୍ରଣକୁ ଆସିଥିଲେ । ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ଉଡାଣ ଭରିବର ୩-୪ ଘଣ୍ଟା ମଧ୍ୟରେ ବ୍ୟକ୍ତି ଜଣକ ହିଂସାତ୍ମକ ହୋଇଥିଲେ । ମୁମ୍ବାଇ ବ୍ୟକ୍ତି ଜଣକ ବିମାନକୁ ଅବତରଣ କରିବାକୁ କହିବା ସହିତ ପତ୍ନୀଙ୍କ ଗଳା ଚାପି ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଙ୍କୁ ଏନଜାଇଟ୍ ଆଟାକ ହେବା ଯୋଗୁଁ ଏମିତି ଘଟଣା ଘଟିଥିଲା । ବ୍ୟକ୍ତି ଜଣକ ଏହି ସମୟରେ ଚିତ୍କାର କରିବା ସହିତ ଗାଳି ମଧ୍ୟ ଦେଇଥିଲେ । ହିଂସକ ହୋଇ ନିଜ ପତ୍ନୀଙ୍କ ଗଳା ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଡାକ୍ତର ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଶାନ୍ତ କରିଥିଲେ । ଡାକ୍ତର ତାଙ୍କୁ ବେହୋସ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।