ଆଳି: ରାଜକନିକା ଏସଏନ କଲେଜରେ ଥିବା SBI ଏଟିଏମ ତାଡ଼ିଲେ ଦୁର୍ବୁର୍ତ୍ତ । ଟଙ୍କା ନେବାରେ ହେଲେ ବିଫଳ। ଗତକାଲି ବିଲମ୍ବିତ ରାତ୍ରିରେ ଘଟିଛି ଏହି ଘଟଣା । ଏହି ଘଟଣା ପୋଲିସ ପେଟ୍ରୋଲିଂକୁ ନେଇ ଉଠିଛି ପ୍ରଶ୍ନବାଚି । ଗତ ଦୁଇ ମାସ ଭିତରେ ଆଳି,ପଟ୍ଟାମୁଣ୍ଡାଇ, ରାଜକନିକା ଅଞ୍ଚଳରେ ଏକାଧିକ ଏଟିଏମ ଲୁଟ ଘଟଣା ଘଟିଥିଲେ ବି ଏନେଇ ଜିଲ୍ଲା ପୋଲିସ କୌଣସି ଅପରାଧୀକୁ ଧରିବାରେ ସଫଳ ହୋଇନଥିବା ଜଣାପଡିଛି ।