ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ ମାର୍ଲେନା ସିଂ

0

ନୂଆଦିଲ୍ଳୀ; ଶପଥ ନେଲେ ଆତିଶୀ । ବିଧିବଦ୍ଧ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ ମାର୍ଲେନା ସିଂ । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସିଂ । ଦିଲ୍ଲୀ ରାଜନିୱାସରେ ଆତିଶୀ ଶପଥ ନେଇଛନ୍ତି ।ତାଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ତାଙ୍କ ପୂର୍ବରୁ ସୁଷମା ଓ୍ବରାଜ ଏବଂ ସିଲା ଦିକ୍ଷିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେବଳ ସେତିକି ନୁହେଁ, ଦିଲ୍ଲୀର ସବୁଠାରୁ କମ ବୟସ ମୁଖ୍ୟମନ୍ତ୍ରୀ ଭେବାର ସେ ଗୌରବ ଅର୍ଜନ କରିଛନ୍ତି ।ଆତିଶୀ ଶପଥ ନେବା ପରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିରୁ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଆପ ଗଠନ ପରଠାରୁ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ସେହିପରି ଦେଶ ଆପର ତୃତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଆପ୍ ନେତା ଭଗଓ୍ବନ୍ତ ମନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆତିଶୀଙ୍କ ସହ ୫ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ସୌରଭ ଭରଦ୍ବାଜ, ଗୋପାଳ ରାୟ ଏବଂ କୈଳାସ ଗେହଲଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲେ ବି ସିବିଆଇ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା ।