ବସ୍ତାରେ ଅଟଳ ବସଷ୍ଟାଣ୍ଡ ଓ ଅଟୋମେଟେଡ଼ ଟେଷ୍ଟିଂ ଷ୍ଟେସନ ଉଦଘାଟିତ

ବସ୍ତା (ଅଜିତ ସାହୁ) ସାରା ଓଡିଶା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ରାଜ୍ୟରେ ଅଟଳ ବସ ଷ୍ଟାଣ୍ଡ  ଏବଂ ବସ ଷ୍ଟାଣ୍ଡ ମାନଙ୍କ ରେ ଅଟୋମେଟେଡ଼ ଟେଷ୍ଟିଙ୍ଗ ଷ୍ଟେସନ ର ଭରଚୁଆଲ ମୋଡରେ ଉଦଘାଟନ ହୋଇଥିବା ବେଳେ, ଅପରାହ୍ନ ପାଞ୍ଚ ଟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମାଥାନୀ ଠାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ଦ୍ୱାରା ବସ ଷ୍ଟାଣ୍ଡ ର ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି । ୩,୭୨,୮୫,୧୦୦ ଟଙ୍କା ଅଟକଳ ବ୍ୟୟରେ ୨.୩ ଏକର ଜାଗାରେ ନିର୍ମିତ ବସ ଷ୍ଟାଣ୍ଡରେ ସିକ୍ୟୁରିଟି ରୁମ,ପବ୍ଲିକ ପାର୍କିଙ୍ଗ,ଡ୍ରାଇଭର ରେଷ୍ଟ ରୁମ,ୱାସିଂ ରୁମ୍,  ପ୍ଲାଟ ଫର୍ମ, ଆଇଡ଼ିଏଲ ପାର୍କିଙ୍ଗ, ଲେଣ୍ଡସ ପାର୍କିଂଙ୍ଗ, ପେଭର ବ୍ଲକ ସହିତ ମାର୍କେଟ ବିଲଡିଂ ର ବ୍ୟବସ୍ଥା ରହିଥିବା ଜଣାପଡିଛି । ତେବେ ଆଜିର କାର୍ଯ୍ୟକ୍ରମ ରେ ସାଂସଦ ସମେତ ଏଡିଏମ ସୁଧାକର ନାୟକ, ଆରଟିଓ ରଶ୍ମି ରଂଜିତ ଦୋଳ ବେହେରା, ରବୀନ୍ଦ୍ର ଅଣ୍ଡିଆ, ବିଡ଼ିଓ ମିହିର ରଞ୍ଜନ ବେହେରା, ତହସିଲଦାର ସୁଶାନ୍ତ ପଟନାୟକ, ଓଏସ ଆର ଟି ସି ର ତିରୁପତି ଅଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସୁବିଧା ଜନଜ ଗମନା ଗମନ ସହିତ ଜ଼ିରୋ ଦୁର୍ଘଟଣା ଉପରେ ଗୁରୁତ୍ବ ଦେଇ ନିଜ ନିଜର  ବକ୍ତବ୍ୟ ରଖିଥିଲେ।