ପ୍ରଥମେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା, ହେଲେ ଏବେ ଜୀଅନ୍ତା ଜାଳିଦେଲା

ମଧ୍ୟପ୍ରଦେଶ:ନିଜ କଲେଜର ପ୍ରିନିସିପାଲଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳି ଦେଲା ଛାତ୍ର । ଆଉ ନିଜେ ଦର ପୋଡା ଅବସ୍ତାରେ ବଂଚିବା ପାଇଁ ଏକ ନାଳକୁ ଡେଇଁ ପଡିଲା । ହେଲେ ଠିକଣା ସମୟରେ ମାଡି ବସିଲା ପୋଲିସ । ସେପଟେ ମୃତ୍ୟୁ ସହ ୫ ଦିନ ସଂଗ୍ରାମ କରି ଶେଷରେ ପ୍ରାଣ ହରାଇଲେ ପ୍ରିନିସିପାଲ । ଏପରି ଘଟଣା ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋର ସହରରେ । କଲେଜର ନାମ ହେଉଛି ବିଏମ କଲେଜ ଅଫ ଫାର୍ମାସି, ପ୍ରନିସିପାଲଙ୍କ ନାମ ପ୍ରଫେସର ବିମୁକ୍ତା ଶର୍ମା, ତାଙ୍କ ବୟସ ୪୯ ବର୍ଷ । ଅଭିଯୁକ୍ତ ଛାତ୍ର ନାମ ଆଶୁତୋଷ ଶ୍ରୀବାସ୍ତବ । ସେ କଲେଜର ପୂର୍ବତନ ଛାତ୍ର ।

ଇନ୍ଦୋର ଅତିିରିକ୍ତ ଏସପିଙ୍କ ସୁଚନା ଅନୁସାରେ ଫେବୃଆରୀ ୨୦ ସୋମବାର ଦିନର ଏହି ଘଟଣା । ପ୍ରିନିସିପାଲ ନିଜ ଚାମ୍ବରରେ ଥିବା ବେଳେ ଛାତ୍ର ଜଣଙ୍କ ନିଜ ସାଙ୍ଗରେ ଆଣିଥିିବା ପେଟ୍ରୋଲ ତାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା । ଏବଂ ଏହା ପରେ ସେ ଦଉଡି ଫେରାର ହେବାକୁ ଉଦ୍ୟମ କରିଥିଲା । ପ୍ରିନିସିପାଲଙ୍କ ଚିକ୍ରାର ଶୁଣି କଲେଜ କର୍ମଚାରୀ ନିଆଁ ଲିଭାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ତେବେ ନିଆଁ ଲଗାଇଥିବା ଯୁବକ ଜଣକ କଲେଜ ପାଖ ଏକ ସଂକୀର୍ଣ ରାସ୍ତାରେ ଦଉଡି ଫେରାର ଉଦ୍ୟମ ବେଲେ ପୋଲିସ ପିଛା କରିଥିଲା । ଏହି ସମୟରେ ଅଭିଯୁକ୍ତ ଛାତ୍ର ଜଣକ ଏକ ନାଳ ମଧ୍ୟକୁ ଡେଇଁ ପଡିଥିଲା । କାରଣ ସେ ବି ନିଆଁରେ ପୋଡି ହୋଇ ଯାଇଥିଲା । ଏହି ସମୟେରେ ପୋଲିସ ତାକୁ କାବୁ କରି ନେଇଥିଲା ।

ଅତିରିକ୍ତ ଏସପିଙ୍କ ସୁଚନା ଅନୁସାରେ ଶନିବାର ସକାଳେ ପ୍ରନିସିପାଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପ୍ରଥମେ ଆଶୁତୋଷ ବିରୋଧରେ ୩୦୭ ଦଫାରେ କେସ୍ ହୋଇଥିବା ବେଳେ ଏବେ ୩୦୨ ଦଫାକୁ ପରିବର୍ତନ କରାଯାଇଛି । ସେହିପରି ଇନ୍ଦୋର କଲେକ୍ଟର ଇଲାୟା ରାଜା ଅଭିଯୁକ୍ତ ଛାତ୍ର ବିରୋଧରେ ଏନଏସଏ ବା ନ୍ୟାସନଲ ସିକ୍ୟୁରିଟି ଆକ୍ଟ ଲଗାଗଇଛନ୍ତି ।

ସେପଟେ ମୃତ ପ୍ରିନିସିପାଲଙ୍କ ପରିବାର ଲୋକେ କହିଛନ୍ତି ଗତ ବର୍ଷ ଅକ୍ଟୋବର ମାସରେ ଛୁରୀରେ ପ୍ରିନିସିପାଲଙ୍କ ଉପରେ ଆକ୍ରମଣ ତକକରି ଥିଲା । ଜୀବନ ପ୍ରତି ବିପଦ ଦର୍ଶାଇ ପ୍ରିନିସିପାଲ ବିମୁକ୍ତା ଶର୍ମା ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିିଲେ । ହେଲେ ସିମରୋଲ ଥାନାର ଏଏଆଇ ସଂଜୀବ ତିବାରୀ ଏହାକୁ କର୍ଣପାତ କରି ନଥିଲେ କି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଫଳରେ ଏ ଘଟଣା ଘଟିଲା । ତେଣୁ ସଂପୃକ୍ତ ପୋଲିସ ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଚି ବୋଲି ଗ୍ରାମାଚଂଳ ଏପି ଭଗବତ ସିଂ ବିରଡେ ଏହି ସୁଚନା ଗଣମାଧ୍ୟମକୁ ଦେଇଛନ୍ତି । ଏହା ତାକୁ ତାର ମାର୍କସିଟ୍ ନ ମି଼ଳିବାରୁ ସେ ରାଗିଯାଇ ଏପରି କରିଥିଲା । ଛାତ୍ର ଜଣକ ସପ୍ତମ ସେମିଷ୍ଟାରରେ ଫେଲ ହୋଇ ଯାଇଥିଲେ । କିନ୍ତୁ ଅଷ୍ଟମ ସେମିଷ୍ଟାରରେ ପରୀକ୍ଷା ଦେଇ ପାସ୍ କରି ଥିଲେ ବି ମାର୍କ ସିଟ୍ ପାଇ ପାରି ନ ଥିଲେ । ଏହପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ପୋଲିସ ତାଙ୍କୁ ଉଦ୍ଧାର କରି ନେଇଥିଲା । ଏହା ପରେ ସେ ରାଗି ଯାଇ ପ୍ରିନିସିପାଲଙ୍କୁ ହତ୍ୟା କରିବେ ବୋଲି ନିଷ୍ପତି ନେଇଥିଲା ।