ୱାସିଂଟନ: ପୃଥିବୀ ଲାଗି ବିପଦଜନକ ହେବନି ବୋଲି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ସୂଚନା ଦେଇଛି । ଏହି ଆଷ୍ଟ୍ରଏଡ ଅକ୍ଟୋବର ୭ ତାରିଖ ଦିନ ପୃଥିବୀ କକ୍ଷପଥକୁ ପ୍ରବେଶ କରିବ। କିନ୍ତୁ ଏହା ପୃଥିବୀ ପାଇଁ ବିପଦ ସୃଷ୍ଟି କରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ୱସ୍ତ କରିଛନ୍ତି।
ନାସାର ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଷ୍ଟ୍ରଏଡ ୨୦୨୦ ଆରକେ-୨ ଘଣ୍ଟା ପ୍ରତି ୨୪ ହଜାର ୪୬ କିଲୋମିଟର ବେଗରେ ପୃଥିବୀ ଆଡକୁ ମୁହାଁଇଛି। ସେହିପରି ଏହାର ଆକାର ୩୬ରୁ ୮୧ ମିଟର ଲମ୍ବା ଓ ୧୧୮ରୁ ୨୬୫ ଫୁଟ ଚୌଡା ଅନୁମାନ କରାଯାଉଛି । ପୃଥିବୀ ପୃଷ୍ଟରୁ ଏହା ଦୃଶ୍ୟମାନ ହେବ ନାହିଁ । ଆମେରିକୀୟ ସମୟ ଅନୁସାରେ ଆଷ୍ଚ୍ରଏଡ୍ ବୁଧବାର ମଧ୍ୟାହ୍ନ ୧.୧୨ ମିନିଟ୍ ଓ ବ୍ରିଟିଶ ସମୟ ଅନୁସାର ଅପରାହ୍ନ ୬ଟା ୧୨ ମିନିଟ୍ରେ ପୃଥିବୀକୁ ଖୁବ୍ ନିକଟରୁ ଅତିକ୍ରମ କରିବ।
ଆଷ୍ଟ୍ରଏଡ୍ ପୃଥିବୀରୁ ପ୍ରାୟ ୨ଲକ୍ଷ ୩୭୮ ହଜାର ୪୮୨ ମାଇଲ ଦୂରରେ ଗତି କରିଯିବ ବୋଲି ବୈଜ୍ଞାନିକ ଅନୁମାନ କରୁଛନ୍ତି। ପ୍ରାୟ ୧୦୦ ବର୍ଷରେ ଏହିପରି ୨୦ରୁ ୨୨ଟି ଆଷ୍ଟ୍ରଏଡ୍ ପୃଥିବୀର ନିକଟତର ହୋଇଥାନ୍ତି। କେବେ କେବେ ସେମାନଙ୍କ ପଟରୁ ପୃଥିବୀ ଲାଗି ବିପଦର ଆଶଙ୍କା ମଧ୍ୟ ଉପୁଜିଥାଏ। ହେଲେ କ୍ୱଚିତ ଗ୍ରହାଣୁ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିପାରନ୍ତି।