ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ। ୩୦ ହଜାର ଲାଞ୍ଚ ନେବାବେଳେ ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଧରାପଡ଼ିଛନ୍ତି। ସବ୍ସିଡି ରିଲିଜ୍ କରିବାକୁ SHG ମହିଳାଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ , ପୁର୍ବରୁ ଏହି ସ୍ୱୟଂ ହାୟକ ଗୋଷ୍ଠିର ପ୍ରଥମ କିସ୍ତି ଟଙ୍କା ମଂଜୁର ହୋଇସାରିଥିବାବେଳେ ଦ୍ୱିତୀୟ କିସ୍ତି ଟଙ୍କା ମଂଜୁର ପାଇଁ ସହକାରୀ ମତ୍ସ୍ୟ ଅଧିକାରୀ ୪୫ ହଜାର ଟଙ୍କା ଲାଂଚ ଦାବୀ କରିଥିଲେ । ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତା ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ । ପୁର୍ବ ଯୋଜନା ମୁତାବକ ଆଜି ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୂଷଣ ପଧାନ ଏବଂ ଜଣେ ସହଯୋଗୀ ବାବୁଲା ବାରିକକୁ ଭିଜିଲନ୍ସ ବିଭାଗ ମାଡି ବସିଥିଲା । ଏନେଇ ଭିଜିଲାନ୍ସ P.S. Case No.10 dated 30.04.2025 under Sections 7/12PC (Amendment) Act, 2018 ମାମଲା ଦାୟର କରିବା ସହ ଉଭୟଙ୍କୁ ସୋନପୁର ସ୍ଥିତ ଜିଲ୍ଲା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ନେଇ ତଦନ୍ତ କରୁଛି ।