ବିଜେପୁର :ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଅଭିଯୁକ୍ତକୁ ସାହାର୍ଯ୍ୟପାଇଁ ସାକ୍ଷ୍ୟଭାବେ ମିଥ୍ୟା ପ୍ରମାଣ ଦେଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏହି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲା ଭିଜିଲାନ୍ସ । ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ ।
ଏନେଇ ଭିଜିଲାନ୍ସ ପକ୍ଷରୁ ଅନୁରୋଧ ପରେ ଉପେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉପେନ୍ଦ୍ରଙ୍କ ଭୁଲ ତଥ୍ୟ ଯୋଗୁଁ ଛାଡ ପାଇଯାଇଥିଲେ ଅଭିଯୁକ୍ତ ଆନନ୍ଦ ସାରାଫ । ଆନନ୍ଦ ସେତେବେଳେ ବରଗଡ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଅଫିସର ବରିଷ୍ଠ କିରାଣି ଆନନ୍ଦ । ସୂଚନା ଅନୁସାରେ ୨୦୧୧ରେ ବରଗଡ ସୋହେଲା RWSS ସେକ୍ସନରେ ଜେଇ ଥିଲେ ଉପେନ୍ଦ୍ରଭଞ୍ଚ । କିରାଣି ଆନନ୍ଦ ସାରାଫଙ୍କ କେସରେ ଦେଇଥିବା ତଥ୍ୟ ବଦଳାଇ ଭୁଲ ଦେଇଥିଲେ । ମିଥ୍ୟା ତଥ୍ୟ ଦେଇ ଅଭିଯୁକ୍ତକୁ ଖସାଇ ସେଇଥିଲେ ଉପେନ୍ଦ୍ରଭଞ୍ଜ ।