R&B ସହକାରୀ ଯନ୍ତ୍ରୀଙ୍କ ଫ୍ଲାଟ୍‌ ସଉକ, ଭୁବନେଶ୍ଵରରେ ରହିଛି ୭ଟି ଫ୍ଲାଟ

ଭୁବନେଶ୍ବର: ଭୁବନେଶ୍ବର R&B ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଫ୍ଲାଟ୍‌ ସଉକ । ଭିଜିଲାନ୍ସ ରେଡ୍‌ ପରେ ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କ ଫ୍ଲାଟ୍‌ ପ୍ରେମ । ଜଟଣୀ, ଭୁବନେଶ୍ବର, ଫୁଲନଖରାରେ ରହିଛି ୭ଟି ଫ୍ଲାଟ୍‌ । ଡିଏଲ୍‌ଏଫ୍ ସାଇବର ସିଟିରେ ଯନ୍ତ୍ରୀଙ୍କର ଦୋକାନ ଘର ମଧ୍ୟ ରହିଛି । ଏଥିସହ ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଘର, ଡୁମୁଡୁମାରେ ଅଛି ୪ ମହଲା ବିଲ୍ଡିଂ । ଭୁବନେଶ୍ବରରେ ମୋଟ ୭ଟି ଓ ପୁରୀରେ ଗୋଟିଏ ଦାମୀ ପ୍ଲଟ୍ ଠାବ କରିଚି ଭିଜିଲାନ୍ସ ।

ଗତକାଲି ଭିଜିଲାନ୍ସ ଜାଲରେ ପଡିଥିଲେ R&B ଡିଭିଜନର ସହାୟକ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା । ତେବେ ଘରେ ଭିଜିଲାନ୍ସ ପଶିବା ଦେଖି ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡା କାବାଟ ଖୋଲିଲେନି ।ଭିତରୁ ତାଲା ପକାଇ ପରିବାର ଲୋକ ଝରକା ବାଟେ ଟଙ୍କା ଡକ୍ୟୁମେଣ୍ଟ ଫୋପାଡି ଦେଇଥିଲେ । ଭିଜିଲାନ୍ସ ସେସବୁ ସିଜ କରିବା ସହ ତାଙ୍କ ଘରୁ ନଗଦ ଏକ ଲକ୍ଷ ଟଙ୍କା ସହ ୧୭ଲଷର ପୋଷ୍ଟାଲ ଡିପୋଜିଟ ପାଇଥିଲା ଭିଜିଲାନ୍ସ । ଏଥିସହ ୬୦ଗ୍ରାମ ସୁନା, ୧୦ଗ୍ରାମ ରୁପା, ଆଇ ଫୋନ, ଗାଡିର କାଗଜ ପତ୍ର, ଉତ୍କଳ କନିକା ଗ୍ୟାଲେରିଆ ମଲର ଦୁଇଟି ଦୋକାନ,ସିମ୍ପନି ମଲ ରେ ଦୋକାନ, ସୋମନାଥ ନଗର ରେ ଚାରି ମହଲା ଘର, ଡ଼ୁମ ଡ଼ୁମା ରେ ୩ ମହଲା ଘର, କସମପୋଲିସରେ ଫ୍ଲାଟ ଥିବା ନେଇ ଜଣାପଡିଛି ।

ତେବେ ୨୦୦୭ ଏପ୍ରିଲ ୧୩ରେ ଅଶୋକ ପଣ୍ଡା ଜୁନିୟର ଇଞ୍ଜିନିୟର ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ । ୨୦୧୩ ଏପ୍ରିଲ ୧୨ରେ ସିଭିଲ ଜୁନିଅର ଇଞ୍ଜିନିୟର ଭାବେ ସ୍ଥାୟୀ ନିଯୁକ୍ତି ପାଇଥିଲେ । ୧୮ ବର୍ଷର ଚାକିର ଭିତରେ ଶ୍ରୀ ପଣ୍ଡା ୧୦ ବର୍ଷ ଭୁବନେଶ୍ୱରରେ ରହିଥିଲେ । ୨୦୧୪ରୁ ୨୦୨୦ପର୍ଯନ୍ତ ଭୁବନେଶ୍ୱରର ବିଭିନ୍ନ RW ଡିଭିଜନରେ କାମ କରିଥିଲେ । ସେହିପରି RW Division-IIIରେ ମଧ୍ୟ କାର୍ଯ କରିଥିଲେ। ପରେ କ୍ବାଲିଟି କଣ୍ଟ୍ରୋଲ ଡିଭିଜନ ସମ୍ବଲପୁର, ଖୋର୍ଧା ଓ ଭୁବନେଶ୍ୱର ମଧ୍ୟ ଭାବେ କାମ କରିବା ପରେ ୨୦୨୦ରେ ସରକାରୀ ଯନ୍ତ୍ରୀ ଭାବେ ପ୍ରମୋସନ ପାଇ ଏବେ ଭୁବନେଶ୍ୱର R&B Division-IIIରେ କାର୍ଯ କରୁଛନ୍ତି ।