ସୋନପୁର (ଓମପ୍ରକାଶ ମିଶ୍ର): ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଏସବୁକୁ ରୋକିବାରେ ବାରମ୍ବାର ଫେଲ ମାରିଛି ବନ ବିଭାଗ । ଫଳରେ ଏକର ଏକର ଚାଷ ଜମି ନଷ୍ଟ ହେବା ସହିତ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବା ଅଭିଯୋଗ ହେଉଛି । ସେହିଭଳି ଏକ ଘଟଣା ଘଟିଥିଲା ସୋନପୁର ରେଞ୍ଜ ଅନ୍ତର୍ଗତ ମାଟିଆପାଲି ଗ୍ରାମରେ । କିଛି ଦିନ ତଳେ ଗୋଟିଏ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ଗାଁର ବାଲଦେବ ବଗର୍ତି । ଏହାପରେ ବାଲଦେବଙ୍କ ସ୍ତ୍ରୀ ବାଲି ବଗର୍ତୀଙ୍କୁ ବନ ବିଭାଗ ପକ୍ଷରୁ ଆଜି ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି । ସ୍ଥାନୀୟ ରେଞ୍ଜର ମନୋରଞ୍ଚନ ବାଗ ଓ ଛକୋରମାଲ ସରପଞ୍ଚ ଶଙ୍କର ପ୍ରସାଦ ସା ଆସି ବାଲି ବଗର୍ତିଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି ।