ଭୁବନେଶ୍ୱର: ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ବର୍ଷେ ବଢିଲା। ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥି ଶତପଥୀଙ୍କ କାର୍ଯ୍ୟକାଳ। ବିଜ୍ଞପ୍ତି ଅନୁସାରେ ଦାଶରଥି ୨୦୨୪ ଫେବୃଆରୀ ୩୧ ପର୍ଯ୍ୟନ୍ତ ବିଧାନସଭା ସଚିବ ଭାବେ ଦାଇତ୍ୱ ତୁଲାଇବେ । ସ୍ୱତନ୍ତ୍ର ସଚିବ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଛି ।ଓଡିଶା ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ଭାବେ ଦାଶରଥି ପରିଚିତ । ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ସେ । ୨୦୧୯ ଜୁନ ମାସରେ ଦାଶରଥି ବିଧାନସଭା ସଚିବ ଭାବେ ଦାଇତ୍ୱ ନେଇଥିଲେ । ସେହିବର୍ଷ ମାର୍ଚ୍ଚ ମାସରେ ବିଧାନସଭା ସଚିବ ଥିବା ଅମୀୟ କୁମାର ଷଡଙ୍ଗୀଙ୍କ ଅବସର ପରେ ଏହି ଦାଇତ୍ୱ ସମ୍ଭାଳିଥିଲେ ଦାଶରଥି । ବିଧାନସଭା କାର୍ଯ୍ୟକ୍ରମ ଓ ପ୍ରଶାସନିକ କାର୍ଯ୍ୟ ସୁପରିଚାଳନା ଲାଗି ତାଙ୍କୁ ରାଜ୍ୟ ସରକାର ଦାଶରଥିଙ୍କୁ ନିଯୁକ୍ତି ଦେଇଥିଲେ ସରକାର । ରାଜ୍ୟର ଜଣେ ବିଶିଷ୍ଟ କବି ଓ ଲେଖକ ଭାବେ ଦାଶରଥିଙ୍କର ସୁନାମ ରହିଛି।