ଆସନ୍ତାକାଲି ୧୦. ୩୦ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୪ହାଜର ୬ଶହ ୫୧କୋଟି ୭୫ଲକ୍ଷ ୬୯ହଜାର ଟଙ୍କାର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହୋଇ ପାରିତ ହୋଇଅଛି।

ଏହାକୁ ବିରୋଧ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ଗୃହର କାର୍ଯ୍ୟ ଆସନ୍ତା କାଲି ତଥା ୧୪,୦୩, ୨୦୨୩ରିଖ ୧୦. ୩୦ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।