ଏସିଆନ ଗେମ୍ସ : ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ପଦକ

(ରିପୋଟର୍ସ ଟୁଟେ) : ଏସିଆନ ଗେମ୍ସ ୨୦୧୮ ରେ ୧୬ ବର୍ଷର ଭାରତୀୟ ସୁଟର ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମେନ୍ସ ଇଭେଣ୍ଟ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏତେ କମ୍ ବୟଷରେ ଏସିଅଡ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ସୁଟର ଅଟନ୍ତି । ଏହି ଇଭେଣ୍ଟରେ ହିଁ ଅଭିସେକ ବର୍ମା କାଂଶ୍ୟ ପଦକ ନିଜ ନାମରେ କରିଛନ୍ତି । ଏସିଆନ ଗେମ୍ସରେ ୨୦୧୮ରେ ଭାରତକୁ ଏହା ତୃତୀୟ ସ୍ୱର୍ଣ୍ଣ ପଦକ ମଳିଛି । ସୌରଭ ଏସିଆ ଗେମ୍ସର ଏହି ପ୍ରତିଯୋଗିତାରେ ରେକଡ ଭାଙ୍ଗି ୨୪୦.୭ ଅଙ୍କ ହାସଲ କରିଛନ୍ତି । ଅଭିଷେକ ୨୧୯.୩ ଅଙ୍କ ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ମେରଠ ର କଲିନା ଗାଁ ରେ ରହୁଥିବା ଅଭିଷେକ ୨୦୧୫ ରେ ସୁଟିଙ୍ଗ ଆରମ୍ଭ କରିଥିଲେ । ଦେଶ ପାଇଁ କିଛି କରିବା ପିଲାଦିନରୁ ହିଁ ତାଙ୍କର ସ୍ୱପ୍ନଥିଲା । ୨୦୧୮ରେ ତାଙ୍କୁ ଏହାର ସୁଯୋଗ ମିଳିଥିଲା । ସୌରଭ ଜୁନିଅର ୱାଲ୍ଡ କପ୍ ରେ ତିନିଗୋଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଅଲମ୍ପିକ ପରେ ସବୁଠାରୁ ମୁସ୍କିଲ ଖେଳ କୁହାଯାଉଥିବା ଏସିଆନ ଗେମ୍ସରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସୌରଭ ବାଗପତ୍ ର ବିନୋଲି ର ବୀର୍ ସାହାମଲ ରାଇଫଲ୍ କ୍ଲବ୍ ରେ କୋଚ ଅମିତ ଶୌରାଣା ଙ୍କ ପାଖରେ ଅଭ୍ୟାସ କରୁଛନ୍ତି । ଏହା ସହିତ ସୁପରିଚିତ ସୁଟର ଜସପାଲ ରାଣାଙ୍କର ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସୌରଭ ଚୌଧୁରୀ ଙ୍କର ଲକ୍ଷ୍ୟ ୨୦୨୦ ଟୋକିଓ ଅଲମ୍ପିକରେ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟିଦେବା । ୨୦୦୮ରେ ମେଞ୍ଜଙ୍ଗ ଅଲମ୍ପିକରେ ଅଭିନବ ବିନ୍ଦ୍ରା ଏହା କରିଦେଖାଇଥିଲେ । ସ୍ୱର୍ଣ୍ଣ ପଦକ ସହିତ ସୌରଭ ୟୁଥ୍ ଅଲମ୍ପିକ ପାଇଁ କ୍ୱାଲିଫାଇ କରିଛନ୍ତି ।