ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୁଲିସ ଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟାକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ମେସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଗୁରୁବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ଏକ ମାମଲା ରଫା ଦଫା କରିବା ପାଇଁ ଏଏସଆଇ ଅବଦୁଲ ମତଲବୀ ଖାନ ୫ ଜଣଙ୍କ ନାମ ଏତଲାରୁ ବାଦ ଦେବା ମୋଟା ଅଙ୍କର ଟଙ୍କା ନେଉଥିବା ଭିଡିଓ ପ୍ରଘଟ ହୋଇଥିଲା । ତେବେ ଅବଦୁଲ ଘଟଣାକୁ ଖଣ୍ଡନ କରିଥିଲେ ।