ଭୁୁବନେଶ୍ୱର: ଏଏସଆଇ ନିଲମ୍ବିତ । ଚାକିରୀରୁ ନିଲମ୍ବିତ ହେଲେ ଏଏସଆଇ ସସ୍ମିତା ମଗର । ସେ ବୈାଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଡେଣିଗଡ ଫାଣ୍ଡିର ଏଏସଆଇ ଥିଲେ । ସସ୍ମିତା ମଗରଙ୍କୁ ନିଲମ୍ବିତ କରିଛନ୍ତି ବୈାଦ୍ଧ ଏସପି ପ୍ରହଲ୍ଲାଦ ସହାଇମିନା । ଗତ ନଭେମ୍ବର ମାସ ୨୫ ତାରିଖରେ ବାଉଁଶୁଣି ଥାନାରୁ ଆଡେଣିଗଡ଼ ଫାଣ୍ଡିକୁ ବଦଳି ହୋଇଥିଲେ ସସ୍ମିତା ମଗର ।ପୂର୍ବରୁ ସେ ମନମୁଣ୍ଡା ଥାନା ଏଏସଆଇ ଭାବେ କାର୍ୟ୍ୟ କରୁଥିଲେ । ସେହି ସମୟର ଅଭିଯୋଗକୁ ଭିତ୍ତି କରି ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ବିଭାଗ ପକ୍ଷରୁ ଦିଆଯାଇ ନଥିବା ବେଳେ ତଦନ୍ତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି ।