ଅକ୍ଟୋବର ୧୩ରେ ରିଲିଜ ହେବ ଅଶ୍ଵିନୀ ତ୍ରିପାଠୀଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’

0

ଭୁବନେଶ୍ୱର : ପୂଜା ବଜାରରେ ଧମାଲ କରିବ ଡଟପେନ । ପ୍ରଥମେ ଦୁର୍ଗତୀ ନାଶିନୀ ୨, ପରେ ପରେ କୁରୁକ୍ଷେତ୍ର, ଡେଲିଭରି ବୟ ଏବଂ ଉଦଣ୍ଡି ସୀତା ଆଉ ଏବେ ଆଉ ଗୋଟିଏ ନୂଆ ଓଡିଆ ସିନେମା ଦେଖାଇବ ତାର କମାଲ । ଯୁବ ନିର୍ଦ୍ଦେଶକ ଅଶ୍ୱୀନୀ ତ୍ରୀପାଠୀଙ୍କ ନିର୍ଦ୍ଦେଶନା ଫର୍ଦ୍ଦରେ ଆଉ ଏକ କମାଲ ବିଷୟ ଲେଖିଛି ତାଙ୍କ ଡଟପେନ । ହଁ ଆମେ କହୁଛୁ ଅଶ୍ୱୀନୀଙ୍କ ନୂଆ ଚଳଚ୍ଚିତ୍ର ଡଟପେନ କଥା । ଡଟପେନ… ଏହାର ନାଁ ଜେତିକି ୟୁନିକ ଏହା ଭିତରର କାହାଣୀରେ ରହିଛି ସେତିକି ସସପେନ୍ସ । ଦର୍ଶକଙ୍କ ମନ ଜିଣିଲା ପରି ନିଚ୍ଛକ ଓଡିଆ ଛିଟା ସହ ନିର୍ମଣ ହୋଇଛି ଡଟପେନ । ଏହାର ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡ ଡ୍ୟସିଂ ହିରୋ ଜ୍ୟୋତି । ଜ୍ୟୋତି ଏହି ଫିଲ୍ମରେ ନିଜ ଅଭିନୟକୁ ଅତି ସୁନ୍ଦର ଏବଂ ନିଚ୍ଛକ ଭାବେ ବଖାଣିଛନ୍ତି । ପୂର୍ବରୁ ଜ୍ୟୋତିଙ୍କ ଉପରେ ଲାଗିଥିବା ଚକୁଳି ପିଠାର କେତେଟା କଣା ବିବାଦ ଥମି ନଥିବା ବେଳେ ଏହି ଫିଲ୍ମ ଦେବ ତାଙ୍କୁ ନୂଆ ଏକ ପରିଚୟ । ଏହି ଫିଲ୍ମରେ ତାଙ୍କର ପ୍ରଦର୍ଶନକୁ ନେଇ ଦର୍ଶକ ହେବେ ବିଭୋର । ତେବେ ଏହି ଫିଲ୍ମର ଗୀତ ସହ ଟ୍ରେଲର ରିଲିଜ ହୋଇସାରିଛି । ଆସନ୍ତା ୧୩ ତାରିଖରେ ସିନେମା ହଲରେ ରିଲିଜ ହେବ ସିନେମା ଡଟପନେ । ଟ୍ରେଲରରେ ଯେତିକି ଡାଏଲଗ ଆଉ ଆକ୍ସନ ଦେଖିବାକୁ ମିଳିଛି ସେଥିରୁ ଅନୁମାନ କରି ହେଉଛି କେତେ ଦମଦାର ହୋଇଥିବ ଡଟପେନ ।

ଡଟପେନ ମୁନରେ ଅଭିନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସହ ଅଭିନେତ୍ରୀ ଦିବ୍ୟା ମହାନ୍ତି, ପ୍ରିତି ବିଶ୍ୱାଳ, ସୁପ୍ରିୟା ନାୟକ, ଦିଗଜ ଅଭିନେତା ଶକ୍ତି ବରାଳ, ଅଙ୍କିତ କୁମାର, ରୋହନ ଗାର୍ଗଙ୍କ ସହ ଅନେକ କଳାକାରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ପାଇବେ । ଏଥିସହ ସମସ୍ତଙ୍କ ପ୍ରିୟ କମେଡିଆନ ସାହୁ ଭେରାଇଟ୍ ଷ୍ଟୋରର ରାଜୁ ଦାସ ଓ ସନ୍ତୁ ମଧ୍ୟ ଏହି ଚଳଚ୍ଚିତ୍ରରେ ନିଜ କମେଡିର ଛୁଙ୍କ ଦେଇ ଲୋକଙ୍କୁ ଏଣ୍ଟରଟେନ କରାଇବେ । ଏହି ଫିଲ୍ମକୁ ଅଶ୍ୱୀନ ତ୍ରୀପାଠୀ ନିଦ୍ଦେର୍ଶନା ଦେଇଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପୁପୁଲ ମହାନ୍ତି । ଏଥିସହ ସୋମେଶ ସଥପଥୀ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଡିଓପି ଭାର ସମ୍ଭାଳିଛନ୍ତି ସାରଦା କୃଷ୍ଣ ସାହୁ ।

ତେବେ ପୂର୍ବରୁ ଓଡିଆ ସିନେମାକୁ ନେଇ ଦର୍ଶକଙ୍କ ମନରେ ଥିଲା ଅନେକ ଅଭିମାନ । କାହିଁକି ଭଲ କଣ୍ଟେଟ ନେଇ ତିଆରି ହୋଇପାରୁନି ଓଡିଆ ଫିଲ୍ମ? ବୋଲି ଓଡିଆ ସିନେ ପ୍ରେମୀ ପ୍ରଶ୍ନ କରୁଥିଲେ । ଏହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଯାଇଥିଲା । ଏଣୁ ଦର୍ଶକଙ୍କ ଭାବନାକୁ ଅଖିଆଗରେ ରଖି ବର୍ଷକ ପୂର୍ବରୁ ଓଡିଆ ସିନେମାକୁ ନୂତନ ସୂର୍ଯ୍ୟୋଦୟ କରାଇଥିଲା ଫିଲ୍ମ ଦମନ । ଏହାପରେ ପ୍ରତିକ୍ଷା ପରି କିଛି ଏଭଳି ଚଳଚ୍ଚତ୍ର ଓଡିଆ ସିନେ ଜଗତକୁ ଆସିଲା ଯାହା ସମସ୍ତଙ୍କ ମନ ଜିଣିଲା । ଏଇ କିଛି ଦିନ ତଳେ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପୁସ୍କରା ବି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହି ସବୁ ଘଟଣାକୁ ନଜର ଦେଲେ ଆଜିକା ଦିନରେ ଓଡିଆ ସିନେ ପ୍ରେମୀ ରିଅଲିଷ୍ଟିକ ଫିଲ୍ମକୁ ପସନ୍ଦ କରୁଥିବା ଜଣା ପଡୁଛି । ଯାହାକୁ ନଜରରେ ରଖି ଏଥର ପୂଜାବଜାରରେ ସିନେପ୍ରେମୀଙ୍କ ମନ ଜିଣିବାକୁ ଆସୁଛି ଡଟପେନ । ଯାହା ସମ୍ପୂର୍ଣ୍ଣ ରୂପେ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଅନେକ କିଛି ଶିଖାଇବ ।

ଏହି ଚଳଚ୍ଚିତ୍ର ଭାଇଭଉଣୀଙ୍କ ଉପରେ ଆଧାରିତ । ଭାଇ ନିଜ ଭଉଣୀ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବାକୁ ଯେଉଁ ବାଟ ଆପଣାଉଛି ତାହା ଏହାର ସସପେନ୍ସ ବଢାଉଛି । କିଏ ଭଉଣୀକୁ ଅତ୍ୟାଚାର କଲା? ଏମିତି କଣ ହେଲା ଯେ, ଭାଇ ପ୍ରତିଶୋଧ ନେବାକୁ ଆଗେଇ ଆସିଲା? ତାହା ତ ଏହି ଫିଲ୍ମ ଦେଖିବା ପରେ ହିଁ ଜାଣି ପାରିବେ ।
କିନ୍ତୁ ଫିଲ୍ମର ଟାଇଟେଲରୁ ଅନୁମାନ କରିପାରୁଥିବେ ଯେ ଏହା ଲୋକଙ୍କୁ କିଛି ବର୍ତ୍ତା ଦେବାକୁ ଚାହେଁ । କାରଣ ଆଜିକା ସମୟରେ ପାଠର ଅନେକ ମହତ୍ୱ ରହିଛି । କିନ୍ତୁ ସମଜାରେ ଅନେକ ଲୋକ ଅଛନ୍ତି ଯିଏ ଏହାର ମହତ୍ୱକୁ ଆଜି ବି ବୁଝନ୍ତି ନାହିଁ । ଯାହାକୁ ବୁଝାଇଦେବ ଡଟପେନ ।