ବିବାହ ବନ୍ଧନରେ ବାନ୍ଧି ହେଲେ ଆଶିଷ ଓ ରୂପାଲୀ

ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତା ତଥା ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଶିଷ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷଙ୍କ ଏହା ଦ୍ବିତୀୟ ବିବାହ । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ ରାଜଶୀଙ୍କୁ ବିବାହ କରିଥିଲେ ।
ଏହି ବିବାହରେ ଦୁଇଟି ଭିନ୍ନ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ରୂପାଲୀ ଆସାମର ଏବଂ ଆଶିଷ କେରଳର ପାରମ୍ପାରିକ ବେଶଭୂଷାରେ ନଜର ଆସିଥିଲେ । ପରିବାର ଓ କିଛି ଖାସ୍ ବନ୍ଧୁଙ୍କ ଗହଣରେ ଦୁହେଁ ଆଜି ବିବାହ କରିଛନ୍ତି । ଭାରତୀୟ ସିନେମା ଜଗତରେ ଆଶିଷଙ୍କ ଅବଦାନ ଅତୁଳନୀୟ । ସେ ବଲିଉଡ ସମେତ ଅନେକ ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡିଆ, ମରାଠୀ ଓ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।