ରାଉରକେଲା: ଆଞ୍ଚଳିକ ପୁନ୍ନର୍ବାସ ଓ ଗବେଷଣା କେନ୍ଦ୍ର ଏବଂ ଆଶାଦୀପ, ରାଉରକେଲା ଆନୁକୂଲ୍ୟରେ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ ତଥା ସିଡବ୍ଲ୍ୟୁସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିବା ସହ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଭିନ୍ନକ୍ଷମ କେବେବି ଅକ୍ଷମ ନୁହଁନ୍ତି।
ସମାଜର ଭିନ୍ନକ୍ଷମଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଲେ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିପାରିଲେ ହିଁ ସେମାନଙ୍କ ପ୍ରତି ପ୍ରକୃତ ସେବା ହୋଇପାରିବ। ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ଆସ୍ଥା ହସପିଟାଲର ଶିଶୁ ରୋଗ ବିଶେଷଜ୍ଞ ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଅଧ୍ୟକ୍ଷ ଡାକ୍ତର ଦେବେନ୍ଦ୍ର ସେଠୀ, ଅଖିଳ ଭାରତୀୟ ମାରୱାଡି ମହିଳା ମଂଚର ସଭାପତି ସଂଗୀତା ଅଗ୍ରୱାଲ, ରୋଟାରୀଆନ ଅଜୟ ଅଗ୍ରୱାଲ, ପାନପୋଷ ସବଡିଭିଜନର ଏସ୍ଏସ୍ଏସ୍ଓ ସୁନିଲ ନାୟକ,ସ୍ଥାନୀୟ ଅଂଚଳର ମୁଖ୍ୟ ଗଣେଶ ବାବୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗଙ୍କ ସଂପର୍କୀତ ତଥା ସେମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ସଂପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ମାରୱାଡି ମହିଳା ମଂଚ ତରଫରୁ ଏଞ୍ଜେଲା ତିର୍କୀଙ୍କୁ ଏକ ବିଦ୍ୟୁତ୍ ଚାଳିତ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଆରଆରଆରସି ର ପ୍ରତିଷ୍ଠାତା ଜ୍ୟୋତି ରଂଜନ ସାହୁଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆଶାଦୀପ ର ଅଧ୍ୟକ୍ଷ ପ୍ରକାଶ କୁମାର ପଣ୍ଡା ସ୍ବାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସ୍ବତନ୍ତ୍ର ଶିକ୍ଷକ ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଦିବ୍ୟାଙ୍ଗଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଛେଣ୍ଡ ପୁଲିସ ଷ୍ଟେସନ ନିକଟରୁ ବାହାରି ଏସଓଏସ ଭିଲେଜ ନିକଟସ୍ଥ ଆରଆରଆରସି ପ୍ରାଙ୍ଗଣ ପର୍ୟ୍ୟନ୍ତ ଆସିଥିଲା। ଏହି ଅବସରରେ ରାଉରକେଲା ମ୍ୟୁନିସିପାଲଟି କର୍ପୋରେସନ୍ ଓ ଅନ୍ୟାନ୍ୟ ସଂସ୍ଥା ତରଫରୁ ଟ୍ରାଇ ସାଇକେଲ, ହୁଇଲ ଚେୟାର, କ୍ରଚ୍, ଶ୍ରବଣ ଯନ୍ତ୍ର,କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଦିବ୍ୟାଙ୍ଗଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ଏହି କାର୍ୟ୍ୟକ୍ରମ ରେ କ୍ଲିନ୍ ଆଣ୍ଡ ଗ୍ରୀନ୍, ଡ୍ରିମ ଟିମ୍, ସାଇ ଯୁବ କ୍ଲବ, ନୀଲମ ଫାଉଣ୍ଡେସନ, ଅଖିଳ ଭାରତୀୟ ମାରୱାଡି ମହିଳା ମଂଚ ଓ ରାଉରକେଲା ମହାନଗର ନିଗମ ସହଯୋଗର ହାତ ବଢାଇଥିବାବେଳେ ଅନୁଷ୍ଠାନର ସର୍ବଶ୍ରୀ ଯଦୁଚରଣ ମୁର୍ମୁ, ସବିତା ସାମଲ, ଲିତାଞ୍ଜଳୀ ପତି, ସବିତା ମହାନ୍ତି, ଦମୟନ୍ତୀ ରାଉତ, ସସ୍ମିତା ଧଳ ସାମନ୍ତ,ଗୀତା ସାହୁ, ସତ୍ୟ ମଲ୍ଲିକ, ଲକ୍ଷ୍ମୀ ନାରାୟଣ ଗିରି,ବିଶିକେସନ ନାୟକ, ଗୌତମ ଦାସ, ମୁକେଶ ବାରିକ, ଶାନ୍ତନୁ ପଟେଲ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ବେହେରା ଅନୁଷ୍ଠାନ ଓ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।