ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସାମ୍ନାରେ ୭ଦଫା ଦାବିରେ ଆଶା କର୍ମୀଙ୍କ ଧାରଣା

କେନ୍ଦୁଝର: ୭ଦଫା ଦାବି ନେଇ ସମଗ୍ର ରାଜ୍ୟରେ ଆଶାକର୍ମୀ ମାନେ ଆନ୍ଦୋଳନ କୁ ଉହ୍ଲାଇ ଥିବା ବେଳେ ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ସମସ୍ତ ଆଶା କର୍ମୀ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମୁଖରେ ଧାରଣା ରେ ବସି ରହିଛନ୍ତି । ସରକାର ଆଶାକର୍ମୀ ମାନଙ୍କ ପ୍ରତି ଅଣଦେଖା କରିବା ସହ ୨ଟି କାର୍ଯ୍ୟ ବଦଳ ରେ ଅନ୍ୟ କାର୍ଯ୍ୟ କରାଇ କାର୍ଯ୍ୟ ହାସଲ କରୁଥିବା ବେଳେ ଆଶାକର୍ମୀ ମାନେ କୈାଣସି ଦାବି ସରକାର ଶୁଣୁ ନଥିବା ବେଳେ ଏବେ ୭ଦଫା ଦାବି ନେଇ ଆନ୍ଦୋଳନ ଜାରି ରହୁଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନ ହେଲେ ସରକାର ଙ୍କ ବିରୋଧରେ ସ୍ୱର ଉତ୍ତୋଳନ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମୁଖରେ ଆନ୍ଦୋଳନ ତୀଵ୍ର ରୂପ ବେବ ବୋଲି ଆଶାକର୍ମୀ ମାନେ ଚେତାବନୀ ଦେଇ ଛନ୍ତି । ତେବେ ସରକାର ଆଶାକର୍ମୀଙ୍କ ୭ଦଫା ଦାବି କେବେ ପୂରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।