ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି:ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର:(ହରପ୍ରସାଦ ବିଷୋଇ):- ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା।  ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଘଟଣା ଉପରେ ସରକାର ଓ ପୋଲିସ ଯେତେ କାର୍ଯ୍ୟକ୍ରମ ନେଇଛନ୍ତି ତାକୁ ତର୍ଜମା କଲେ ସରକାର ଘଣ୍ଟ ଘୋଡାଇ ବାକୁ ଚେଷ୍ଟା କରୁନାହାନ୍ତି । ଯେତେ ପ୍ରସଙ୍ଗ ଆସୁଛି ସରକାର କାର୍ଯ୍ୟାନୁଷ୍ଠନ ନେଇଛନ୍ତି ଓ ତଦନ୍ତ ତା ବାଟରେ ଚାଲିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତାକୁ ଗୁରୁତ୍ଵ ଦେଉଛନ୍ତି। ତାଙ୍କ ନିକଟରେ କିଛି ପ୍ରସଙ୍ଗ ନାହିଁ। ବିରୋଧୀ ଦଳ ଭାବେ ସେ ତାଙ୍କ କାମ କରୁଛନ୍ତି। ଧାମନଗର ଉପନିର୍ବାଚନ ରେ ତାଙ୍କର ଯେପରି ଦୟନୀୟ ସ୍ଥିତି ହେବାକୁ ଯାଉଛି  ତା ଉପରୁ ଦୃଷ୍ଟି ଏଡାଇବା କୁ ସେମାନେ  ଅପ୍ରସଂଙ୍ଗ କୁ ପ୍ରସଙ୍ଗ କରୁଛନ୍ତି। ତାଙ୍କ ୪୮ ଘଣ୍ଟା ମହଲତ ଉପରେ ସରକାର କାର୍ଯ୍ୟ କରିବନି। ତଦନ୍ତର ସୀମା ସରହଦ ରହିଛି।  ବିଭାଗ  ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ସଠିକ୍ ଭାବେ କାର୍ଯ୍ୟକ୍ରମ ଚାଲିଛି। ତଦନ୍ତ କରାଯାଇ ଉଚିତ୍ ସମୟରେ କାର୍ଯ୍ୟାନୁଷ୍ଠାନ ହେବ।