ବେଗୁନିଆପଡ଼ା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବା ପାଇଁ ଲାଞ୍ଚ ନେଉଥିଲେ;ମାଡି ବସିଲା ଭିଜିଲାନ୍ସ

ଗଞ୍ଜାମ (ବେଗୁନିଆପଡା):- ଦୁର୍ନୀତି ର ଚରମ ସୀମା ରେ ବେଗୁନିଆପଡା ବ୍ଲକ  । ବ୍ଲକ ର ବିଭିନ୍ନ ବିଭାଗ ରେ ହେଉଥିବା ଦୁର୍ନୀତି ଦିନ କୁ ଦିନ ସାମ୍ନା କୁ ଆସୁଛି  । କିଛି ମାସ ତଳେ ଆଦର୍ଶ ଗୁହାଳ ବିଲ ପାଇଁ ଲାଞ୍ଚ ନେଇ ଯେଇ ଗିରଫ ଆଉ ଆଜି ପୁଣି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଲାଞ୍ଚ  । ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ  । ବ୍ଲକ କାର୍ୟ୍ୟାଳୟରେ କାର୍ୟ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁସାରେ ଆଜି ବେଗୁନିଆପଡ଼ା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଧକ୍ୟ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ବାଇଁ ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ୟ୍ୟାଳୟରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝଡିଆ ଆଜି ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କଠାରୁ ୬ ହଜାର ଟଙ୍କା ସହ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇଥିବା ବେଳେ ଏନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ  । ସୂଚନା ଅନୁଯାଇ ପୂର୍ବରୁ ବେଗୁନିଆପଡା ବ୍ଲକରେ ଗୁହାଳ କରାଇଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ ।