ରାଜସ୍ଥାନ: ୫୩ ବର୍ଷ ପୂର୍ବେ ଜଙ୍ଗଲରୁ କାଠ କାଟିଥିଲେ ଏବେ ହେଲେ ଗିରଫ । ୭ଜଣ ବୃଦ୍ଧାଙ୍କୁ ଗିରଫ କରି କେର୍ଟ ଚାଲାଣ କରିଛି ପୁଲିସ । ଏହି ମହିଳାମାନେ ୧୯୭୧ ମହିହାରେ ଯୁବତୀ ଥିବା ଅବସ୍ଥାରେ ରୋଷେଇ କରିବାକୁ ନିକଟସ୍ଥ ହିଣ୍ଡୋଲି ଜଙ୍ଗଲରୁ କାଠ କାଟିଥିଲେ । ଏହାକୁ ନେଇ ବନ ବିଭାଗ ସେମାନଙ୍କ ନାରେ ମାମଲା ରଜ୍ଜୁ କରିଥିଲେ । ସେହିବର୍ଷ ମୋଟ ୧୨ଜଣ ମହିଳାଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଥିଲା । ୧୯୭୧ରେ ହିଣ୍ଡୋଲି ପୋଲିସ ୧୨ଜଣ ମହିଳାଙ୍କ ନାଁରେ ମାମଲା ରଜ୍ଜୁ କରାଯାଇଥିଲା ।
ତେବେ ସେତେବେଳେ ଜଙ୍ଗଲରୁ କାଠ ଆଣିବା ଏକ ସାଧାରଣ ଘଟଣା ଥିବାରୁ ମହିଳାମାନେ ତାହାକୁ ଗୁରୁତ୍ବ ଦେଇନଥିଲେ ଓ କେସଟି ଫାଇଲ ତଳେ ରହିଯାଇଥିଲା । ଏବେ ପୁଲିସ ଫାଇଲ ଖୋଲିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ମାମଲା ରୁଜ୍ଜୁ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ଇତି ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ପୁଲିସ ଫାଇଲ ଅନୁସାରେ ୨ ଜଣ ଏବେ ବି ଫେରାର ଅଛନ୍ତି ।ଅଦାଲତ ସେମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଲାଗୁ କରି ମୁକ୍ତ କରିଛନ୍ତି। ତେବେ ସେମାନେ ଗରିବ ଖଟି ଖାଇବା ମହିଳା ହୋଇଥିବାରୁ ଏହି ୫୦୦ ଟଙ୍କା ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପାଇଁ କଠିନ ହେଉଛି ।