ଦୁଇ ଏଟିଏମ ଲୁଟେରା ଙ୍କୁ ଧରିଲା ପିସିଆର

(ଆଦର୍ଶ ରାଉତ) ଏଟିଏମ ଲୁଟେରା ଙ୍କୁ ରଙ୍ଗେହାତ ଧରିଲେ ପିସିଆର କର୍ମଚାରୀ । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ତାହା ପୁଣି ଖୋଦ ରାଜଧାନୀ ଭୁବନେଶ୍ବର ରେ । ଅଭିଯୁକ୍ତ ଦ୍ବୟ ହେଲେ ପାଇକନଗର ଅଞ୍ଚଳର ସାଗର ଓ ରୂପକ। ଉଭୟ ଡେଲ୍‌ଟା ଛକସ୍ଥିତ ଏକ ଏଟିଏମ୍‌ରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ନୂଆପଲ୍ଲୀ ଥାନାରେ ଅଟକ ରଖିଛି । ରାତି ପ୍ରାୟ ୧୨ଟାବେଳେ ପୁଲିସ ଖବର ପାଇଥିଲା ଯେ, ଡେଲ୍‌ଟା ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହେଉଛି। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍ ୧୫ ଓ ନୂଆପଲ୍ଲୀ ଥାନା ପିସିଆର୍ ୧୯ ଘଟଣାସ୍ଥଳକୁ ଛୁଟିଥିଲା। ସେତେବେଳକୁ ଲୁଟେରାଦ୍ୱୟ ଏକ କଟର୍ ମେସିନ୍ ସାହାଯ୍ୟରେ ଏଟିଏମ୍ କାଟିବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ। କିଛି ଦୂରରେ ପିସିଆର୍ ଭ୍ୟାନ୍‌କୁ ରଖି ପୁଲିସ ସେମାନଙ୍କୁ ଘେରି ଯାଇଥିଲା। ପରେ ସେମାନଙ୍କୁ କାବୁ କରିନେଇଥିଲା ।