ଖତ ହେଉଛି ଅର୍ପଣ ଚାଉଳ : ବାହାରକୁ ଯାଉଛି ବସ୍ତା ବସ୍ତା ଚାଉଳ

ଭୁବନେଶ୍ୱର : ଗାଁ ଗାଁ ବୁଲି ଅର୍ପଣ ଚାଉଳ ଗ୍ରହଣ କରିଥିଲେ । ଦ୍ୱାର ଦ୍ୱାର ମହାବାହୁଙ୍କ ଫୋଟୋ ବୁଲାଇ ଚାଉଳ ଧରି ଆସିଥିଲେ । ହେଲେ ଆଜି ଖତ ଖାଉଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ । ପ୍ରାୟ ୧୦ ହଜାର କୁଇଣ୍ଟାଲର ଚାଉଳ ନଷ୍ଟ ହୋଇଗଲା । ଟ୍ରକ ଯୋଗେ ବସ୍ତା ବସ୍ତା ଚାଉଳ ବାହାରକୁ ନିଆଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସାରା ଓଡିଶାରୁ ଏହି ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିଲା । ସେଥିରୁ ୪ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଥିବାବେଳେ ବଳକା ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଯାଇଛି । ସେହି ଚାଉଳ ଭୋଗ ଲାଗି ହେବା ପାଇଁ ଉପଯୋଗୀ ନୁହେଁ । ତେଣୁ ସେହି ଚାଉଳକୁ ବାହାରକୁ ନିଆଯାଉଛି । ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ଦୃଢ ଭକ୍ତି ଓ ଖୁସିର ସହ ରାଜ୍ୟବାସୀ ଚାଉଳ ଓ ଗୁଆ ଅର୍ପଣ କରିଥିଲେ କିନ୍ତୁ ତାହାକୁ ସେତିକି ମର୍ଯ୍ୟାଦା ଦିଆଯାଇପାରିଲା ନାହିଁ । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ କରିଛି ।