କାଶ୍ମୀରରେ ଆତଙ୍କବାଦୀ ସହ ସେନାର ଲଢେଇ: ମେଜର ଓ କର୍ଣ୍ଣେଲ ସହିଦ

ଜମ୍ମୁ କାଶ୍ମୀରର ରାଜୌରା ଜିଲ୍ଲ ଅନନ୍ତନାଗ ଠାରେ ଯବାନ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କ ବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ଣ୍ଣେଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି । ମେଜର ମଧ୍ୟ ସହିଦ ହୋଇଛନ୍ତି । ଏହାସହ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି ।

ସେପଟେ ରାଜୌରୀ ଠାରେ ସୋମବାର ଦିନ ହୋଇଥିବା ଏନକାଉଁଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏବଂ ଜଣେ ଯବାନ ଓ ଜଣେ ପୋଲିସ କର୍ମୀ ସହିଦ ହୋଇଥିଲେ । ଏହି ଅପରେଶନରେ ସେନାର ଏକ କୁକୁର ମଧ୍ୟ ମୃତ୍ୟୁବରଣ କରିଥିଲା ।