ପ୍ଲେ ବ୍ୟାକ ସିଙ୍ଗିଂରୁ ଅବସର ଘୋଷଣା ପରେ ଏବେ ରାଜନିତୀରେ ଯୋଡା ଯାଇଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂ ଙ୍କ ନାମ । ରିପୋର୍ଟରେ କୁହାଯାଉଛି କି ଅରିଜିତ୍ ନିଜର ରାଜନୈତିକ ଦଳ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅରିଜିତ ସିଂହ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ତଥାପି ସେ କୌଣସି ତରବର ଭାବେ ପଦକ୍ଷେପ ନେବେ ନାହିଁ । ରିପୋର୍ଟ ଅନୁଯାୟୀ, ଅରିଜିତ ସିଂହ ସମ୍ଭବତଃ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବରଂ ତୃଣମୂଳ ସ୍ତରରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିବାକୁ ଚାହୁଁଛନ୍ତି । ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପର ସୂତ୍ରଗୁଡ଼ିକ କହିଛନ୍ତି ଯେ ସେ ଏହି କ୍ୟାରିଅର ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ।
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଜିଆଗଞ୍ଜରୁ ଆସିଥିବା ଅରିଜିତ ସିଂହ ସର୍ବଦା ତାଙ୍କ ମାତୃଭୂମି ସହିତ ଜଡିତ । ସେ ତାଙ୍କ ଜନ୍ମସ୍ଥାନରେ ବିଭିନ୍ନ ସାମାଜିକ କାର୍ୟ୍ୟ ଏବଂ ଶିକ୍ଷା ପ୍ରକଳ୍ପରେ ସକ୍ରିୟ ଅଛନ୍ତି । ଏହା ବିଶ୍ୱାସ କରାଯାଏ ଯେ ତାଙ୍କର ରାଜନୈତିକ ଦଳ ମଧ୍ୟ ପଶ୍ଚିମବଙ୍ଗରେ ରହିବ, ଯେଉଁଠାରେ ସେ ଲୋକଙ୍କ ସମସ୍ୟାକୁ ସିଧାସଳଖ ସମାଧାନ କରିବା ପାଇଁ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିପାରନ୍ତି ।