ଭୁବନେଶ୍ୱର: ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା କୁମୁଳି ସର୍କଲର ଭାରପ୍ରାପ୍ତ ଏଆରଆଇ ସୁରେନ୍ଦ୍ର ତନ୍ତି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇ ଛି । ୩ଟି ବହୁତଳ ବିଲ୍ଡିଂ, ୧୭ଟି ପ୍ଲଟ୍ ର ମାଲିକ ସୁରେନ୍ଦ୍ର । ବୋରିଗୁମାର ବିଭିନ୍ନ ସ୍ଥାନରେ ରହିଛି ବିଲ୍ଡିଂ ଓ ପ୍ଲଟ୍ । ରେଡ୍ ବଳେ ୮୪ ଲକ୍ଷ ଟଙ୍କାର ଜାମା ରାଶି ଠାବ ହୋଇଛି । ଦେଢ଼ ଶହ ଗ୍ରାମ ସୁନା, ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୩ଟି ୪ କଚିଆ ଗାଡ଼ି ଠାବ ହୋଇଛି । ଗୋଟିଏ ବୋଲେରୋ, ଗୋଟିଏ ମହିନ୍ଦ୍ରା ଓ ଗୋଟିଏ ଅଲଟୋ କାର୍ । କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ।
ଗତକାଲି ଭିଜିଲାନ୍ସ ପକ୍ଷରୁ ଏଆରଆଇ ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ ଏଆରଆଇଙ୍କର ୧୭ ପ୍ଲଟ ସହ ଗୋଟିଏ ୩ ତାଲା ବିଲ୍ଡିଂ ୮୪ ଲକ୍ଷ ଡିପୋଜିଟ୍ ଓ ୧୫୦ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା।