ଭୁବନେଶ୍ୱର : ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଦେବେ ଆଇନ ପରୀକ୍ଷା ବା ଲ’ ପରୀକ୍ଷା । ଏନେଇ ତାଙ୍କ ଓକିଲ କୋର୍ଟଙ୍କୁ ଅନୁମତି ମାଗିଛନ୍ତି । ଏନେଇ ଜେଲ ଭିତରେ ଫର୍ମ ଫିଲପ ମଧ୍ୟ କରିଛନ୍ତି ଅର୍ଚନା | ଜେଲ୍ ମାନୁଆଲ ଅନୁସାରେ ସେ ପରୀକ୍ଷା ଦେବେ । ଜେଲ୍ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍ ଲ’ କରୁଥିଲେ । ତେବେ ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜର ଚତୁର୍ଥ ବର୍ଷର ଆଇନ ଛାତ୍ରୀ ବୋଲି ସୂଚନା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର।ଅର୍ଚନା ଇଣ୍ଟିଗ୍ରେଟେଡ଼ ଲ ପାଠ ପଢ଼ୁଥିବା ବେଳେ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ |
ଅନ୍ୟପଟେ ଅର୍ଚ୍ଚନା ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିବା କୁହାଯାଉଛି । ଏସବୁ ପ୍ରମାଣ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସେପଟେ ଡିଜିଟାଲ୍ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଫୋରେନସିକ ଲାବ୍କୁ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରିପୋର୍ଟ ମାଗିଛନ୍ତି। ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସେଣ୍ଟ୍ରାଲ ଫୋରେନସିକ ଲାବ୍କୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡ଼ିଛି। ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଜବତ କରିଥିବା ଡିଜିଟାଲ ଏଭିଡେନସ୍ ଫୋରେନସିକ ଲାବ୍କୁ ରିକଭରି ପାଇଁ ପଠାଇଥିଲା। ପରେ ଫୋରେନସିକ ଲାବ୍ ୨ଟି ପର୍ୟ୍ୟାୟରେ ଇଡିକୁ ରିପୋର୍ଟ ଦେଇଥିଲା। ତେବେ ଇଡି ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା। ସେମାନେ ଖୋଜୁଥିବା ଦିଗଗୁଡ଼ିକର ତଥ୍ୟ କାଢ଼ିବାରେ ଫୋରେନସିକ ଲାବ୍ ଅସଫଳ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରିଥିଲା ଇଡି।
୨୨୪୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।