ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌

ଭୁବନେଶ୍ଵର: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌ । ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ । ସାରା ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ମଞ୍ଜୁରୀ । ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନିଟ୍‌ ପ୍ରତିଷ୍ଠା ହେବ । ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ବ୍ୟୟ ହେବ ୪ ହଜାର ୬ ଶହ କୋଟି ।

ମଙ୍ଗଳବାର ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ୪ଟି ପ୍ରକଳ୍ପକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ର ପ୍ରଦେଶରେ ୪ଟି ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଯେଉଁଥିରେ ୪,୫୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ବ୍ୟତୀତ ସହରାଞ୍ଚଳ ପରିବହନକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ନୌ ମେଟ୍ରୋ ପର୍ଯ୍ୟାୟ ୧ବି ଏବଂ ଟାଟା-୨ ଜଳବିଦ୍ୟୁତ୍ ପ୍ରକଳ୍ପ (୭୦୦ ମେଗାୱାଟ)କୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ଦୁଇଟି ପ୍ରକଳ୍ପରେ ଯଥାକ୍ରମେ ୫,୮୦୧ କୋଟି ଏବଂ ୮,୧୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହିପରି ଆଜିର କ୍ୟାବିନେଟ୍ ବୈଠକରେ ମୋଟ ୧୮,୫୪୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ ଚାରୋଟି ନୂତନ ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶରେ ଆରମ୍ଭ ହେବ। ଯେଉଁଥିରେ ଓଡ଼ିଶାର ଦୁଇଟି ଏବଂ ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ଅନ୍ତର୍ଭୁକ୍ତ।