(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ପୈାରପରିଷଦ ଅଧିନରେ ଥିବା ଗରିବ ହିତାଧିକାରୀଙ୍କ ପାଇଁ ଜାଗା ମିଶନ ଯୋଜନାରେ ଘରଡିହ ପଟ୍ଟା ଯୋଗାଇ ଦିଆଯାଉଥିବା ବେଳେ ସହରର ୧୧ ନମ୍ବର ୱାଆର୍ଡର ଅନେକ ଗରିବ ହିତାଧିକାରୀଙ୍କୁ ଏ ପଯ୍ୟନ୍ତ ଘରଡିହ ପଟ୍ଟା ଯୋଗାଇ ଦିଆଯାଇପାରି ନାହିଁ।ଫଳରେ ଆବାସ ଯୋଜନାରେ ଘର ପାଇଥିଲେ ସୁଦ୍ଧା ଜମିପଟ୍ଟା ନଥିବାରୁ ଘରକରି ପାରୁନାହାନ୍ତି। ୧୧ ନମ୍ବର ୱାଆର୍ଡର ଅନେକ ହିତାଧିକାରୀଙ୍କୁ ଜାଗା ଯୋଗାଇ ଦିଆଯାଇଥିଲେ ସୁଦ୍ଧା ଆହୁରି ଅନେକ ଗରିବ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି।ଏନେଇ ବାରମ୍ବାର ଦାବି କରି ଆସୁଥିଲେ ସୁଦ୍ଧା କେହି ଶୁଣୁ ନଥିବାରୁ ସେମାନେ ପୈ।ରପରିଷଦର କାର୍ୟ୍ୟ ନିର୍ବାହୀଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି।ଦାବି ପୂରଣ ନକରାଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ୧୧ ନମ୍ବର ୱାଆର୍ଡବାସୀ ଚେତାବନୀ ଦେଇଛନ୍ତି।