ଭୁବନେଶ୍ୱର: ଜାତୀୟ ଯୋଗ୍ୟତା ଓ ପ୍ରବେଶ ପରୀକ୍ଷା(ନିଟ୍) ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ବଢିଲା ଆବେଦନର ତାରିଖ । ତେବେ ଛାତ୍ରଛାତ୍ରୀମାନେ ଆଜି ଠାରୁ ଅସନ୍ତା କାଲି ଅର୍ଥାତ ୧୦ ତାରିଖ ରାତି ୧୦.୫୦ ପର୍ୟ୍ୟନ୍ତ କରିପାରିବେ ଆବେଦନ । ଛାତ୍ରଛାତ୍ରୀଙ୍କଠାରୁ ବହୁ ଅନୁରୋଧ ପାଇବା ପରେ ଆବେଦନ ପୋର୍ଟାଲକୁ ଦୁଇଦିନ ପାଇଁ ପୁନଃ ଖୋଲାଯାଇଛି। ଏନେଇ ନେସ୍ନାଲ୍ ଟେଷ୍ଟି ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ସର୍ବଭାରତୀୟସ୍ତରରେ ଡାକ୍ତରୀ ପଢ଼଼ିବା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍ ପରୀକ୍ଷା ଆସନ୍ତା ମେ’ ୫ ତାରିଖରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନିଟ୍ ପରୀକ୍ଷା ଦେବା ପାଇଁ ସମୁଦାୟ ୨୩, ୮୧, ୮୩୩ ଜଣ ଛାତ୍ରଛାତ୍ରୀ ଅଦ୍ୟାବଧି ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପାଖାପାଖି ୬୫ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରି ଥିବା କୁହାଯାଉଛି। ଓଡ଼ିଆ ସମେତ ବହୁ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ।