ଔଷଧୀୟ ଗୁଣରେ ଭରପୁର ଅପରାଜିତା ଫୁଲ

0

ଭୁବନେଶ୍ୱର:  ଅପରାଜିତା । ଏ ଏମିତି ଏକ ଫୁଲ ଯାହା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟି । ଏହା ଯେଉଁଠି ନାହିଁ ସେଇଠି ଲଟା ପରି ମାଡିଯାଏ । ଆୟୁବେଦରେ ଏହି ଫୁଲଟିକୁ ଜଡିବୁଟି ଭାବେ ବ୍ୟବହାର କରାଯାଏ । ବିଶେଷ କରି ବର୍ଷା ଋତୁରେ  ଏହି ଫୁଲ ଅଧିକ ଫୁଟିଥାଏ । ଆୟୁବେଦରେ ବିଭିନ୍ନ ରୋଗର ଉପଚାର ପାଇଁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଦୁଇ ପ୍ରକାରର ଅପରାଜିତା ଫୁଲ ଦେଖିବାକୁ ମିଳିଥାଏ । ଗୋଟିଏ ହେଉଛି ଧଳା ଏବଂ ଆଉ ଗୋଟିଏ ହୋଇଛି ନୀଳ । ତେବେ ଆସନ୍ତୁ ଜାଣିବା ଅପରାଜିତା ଫୁଲରେ ହେଉଥିବା ରୋଗ ଉପଚାର ବିଷୟରେ……

୧- ମୁଣ୍ଡବିନ୍ଧା ହେଉଥିଲେ ଅପରାଜିତାର ବ୍ୟବହାର କରାଯାଏ । ଏହାକୁ ଏକ ଯନ୍ତ୍ରଣା ନାଶକ ଔଷଧ ବୋଲି କୁହାଯାଏ । ମୁଣ୍ଡବିନ୍ଧା ହେଉଥିଲେ କଞ୍ଚା ମଞ୍ଚିକୁ ବାଟି ସେହି ରସକୁ ଖାଲି ପେଟରେ ସକାଳୁ ସେବନ କରନ୍ତୁ ।

୨-ଅବସାଦ ଗ୍ରସ୍ତ ରୋଗକୁ ଭଲ କରେ ଅପରାଜିତା । ଆଜିକାଲି ଅବସାଦ ଗ୍ରସ୍ତ ହେବା ଏକ ସାଧାରଣ କଥା । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅପରାଜିତାରେ ଅବସାଦ ଦୂର କରିବାରେ ଗୁଣି ରହିଛି  ।

୩- ଅପରାଜିତା ରସକୁ ବାଟି ମୁଣ୍ଡରେ ଲେପ ଦେଲେ ଅବସାଦ ଦୂର ହୋଇଥାଏ । ଅପରାଜିତା ଫୁଲ ମଧୁମେୟ ରୋଗଙ୍କର ରକ୍ତ ସର୍କରାକୁ ନିୟନ୍ତ୍ରିତ କରିବାରେ ସାହାର୍ଯ୍ୟ କରେ । ମଧୁମେୟ ରୋଗୀ ସକାଳ ଏବଂ ରାତିର ଭୋଜନ ପରେ ଅପରାଜିତାରେ ଚାହା ପ୍ରସ୍ତୁତ କରି ପିଇଲେ  ରକ୍ତ ସର୍କରା ନିୟନ୍ତ୍ରଣରେ ରହିଥାଏ ।

୪-ତେବେ ଯଦି ଆପଣ କିଡନି ଓ ଷ୍ଟୋନ ପାଇଁ କଷ୍ଟ ପାଉଛନ୍ତି ତ ତେବେ ୫ଗ୍ରାମ ଅପରାଜିତାର ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସଂଧ୍ୟା ସମୟରେ ପିଅନ୍ତୁ । କିଡିନି ଓ ଷ୍ଟୋନ ରୋଗରୁ ଆରାମ ମିଳିଥାଏ ।

୫-ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କୁ ଭଜା ହୋଇଥିବା ଅପରାଜିତା ମଂଜିକୁ ଅଧ ଗ୍ରାମ ଗୁଣ୍ଡ କରି ଦିନକୁ ଦୁଇ ଥର ସେବନ କରିବାକୁ ଦିଅନ୍ତୁ । ଏହାକୁ ମଧ୍ୟ ମହୁ ସହ ଖାଇପାରିବେ । ତା ସହିତ ୬ଗ୍ରାମ ଅପରାଜିତାକୁ ଚେରକୁ ଗୁଣ୍ଡ କରନ୍ତୁ ତାହାକୁ ଦହିରେ ମିଶାି ଜଣ୍ଡିସ୍ ରୋଗୀକୁ ଖାଇବାକୁ ଦିଅନ୍ତୁ  । ଶିଘ୍ର ରୋଗ ଭଲ ହେବ ।